ନୂଆ ଅନୁବାବ ହୋଇଥିବା ଶ୍ରୀମଦଭାଗବଦ ଗୀତା ବହିକୁ ରାଜ୍ୟପାଳ କଲେ ଉନ୍ମୋଚନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ରାଜଭବନ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ କୋଷାଳି ଭାଷା ରେ ଅନୁବାଦ କରାଯାଇଥିବା ଶ୍ରୀମଦ ଭାଗବତ କୁ ଉନ୍ମୋଚନ କରି କୋଷାଳି ଭାଷା ବହୁତ ସୁନ୍ଦର ଭାବରେ ପଢି କହି ପାରୁଥିଲେ । ଆଜି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜ ସେବୀ ରୁଷି ପଟ୍ଟନାୟକ ଙ୍କ ନେତୃତ୍ୱରେ ସୋନପୁର ଜିଲ୍ଲା ସ୍ଥିତ ଡୁଙ୍ଗୁରୁ ପାଲ୍ଲୀ ଗ୍ରାମର ପ୍ରକାଶ ପ୍ରଧାନଙ୍କ ଦ୍ଵାରା ଅନୁବାଦ କରାଯାଇଥିବା

ଶ୍ରୀମଦଭାଗବଦ ଗୀତା ବହିଟିକୁ ମହାମହିମ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଉନ୍ମୋଚନ କରି ନିଜେ ମାନ୍ୟବର ରାଜ୍ୟପାଳ କୋଷାଳି ଭାଷା ପଢିବା ସହିତ କହିଥିଲେ ମଧ୍ୟ ,ରାଜ୍ୟପାଳଙ୍କ ସହିତ ଦୂରଦର୍ଶୀ ର ସମ୍ପାଦକ   ଦୁର୍ଗା ସାମନ୍ତରାୟ ଓ ଜେଶୋଭା ର ଅଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ନନ୍ଦ ଯୋଗ ଦେଇ ମହାମହିମ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  ରୁଷି ପଟ୍ଟନାୟକଙ୍କ ଅନେକ ପୁରସ୍କାର ଓ ଅଭିନୟ ବିଷୟରେ ଜାଣିବା ପରେ ଗୋଟିଏ ଚଳଚ୍ଚିତ୍ର ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କଥା ଛଳରେ ପ୍ରକାଶ ପ୍ରଧାନଙ୍କ ସହିତ କଥା ହେଉ ହେଉ ଜାଣିବା ପାଇଁ ପାଇଲେ ଯେ ବର୍ତ୍ତମାନ ସୁଦ୍ଧା ଲେଖକ ପ୍ରଧାନ ପ୍ରାୟ ତିନି ଶହରୁ ଅଧିକ ଥର ଗୀତା ପ୍ରବଚନ ଦେଇ ସରିଲେଣି ।ଏହି କାର୍ଯ୍ୟକ୍ରମ ଟିକୁ ରାଜ୍ୟପାଳଙ୍କ ମୁଖ୍ୟ ସୂଚନା ଅଧିକାରୀ ତଥା ଲେଖକ ରକ୍ଷକ ନାୟକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.