ବଡ଼ ଖବର, ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ମିଆଁମାର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସୁଦୃଶ୍ୟ ଲଘୁଚାପରେ ପରିଣତରେ ହେବ। ସୁଦୃଶ୍ୟ ଲଘୁଚାପ ପରିଣତ ହେବାପରେ ଏହା ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ ସ୍ପଷ୍ଟ ହେବ।

ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ମିଆଁମାର ଓ ତାର ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଅସହ୍ୟ ଗୁଳିଗୁଳି ହେବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ୁଛି। ଗତକାଲି ସମ୍ବଲପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

Leave A Reply

Your email address will not be published.