ବରଗଡ଼ ଜିଲ୍ଲାରେ ଫେଲ ମାରିଛି ରବି ଋତୁ ଧାନ ସଂଗ୍ରହ, ପ୍ରସାଶନର ପ୍ରସ୍ତୁତି ଓ ପ୍ରତିଶୃତି ପାଲଟିଛି ପ୍ରହସନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ରବିରୁତୁ ଧାନ ସଂଗ୍ରହ ରେ ବର୍ତ୍ତମାନ ନାହିଁ ନ ଥିବା ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଏଠାରେ ଚାଷୀ ନିଜ ଧାନ ବିକ୍ରୀ ପାଇଁ ମଣ୍ଡିକୁ ଆଣିଥିଲେ ହେଁ ମଣ୍ଡିରୁ ଧାନ ଉଠୁ ନ ଥିବା ଦେଖିବାକୁ ମିଳିଛି। ମିଲର୍ସ କେତେବେଳେ କଟନି ଛଟନି କରୁଛି ତ କେତେବେଳେ ମଣ୍ଡିକୁ ଗାଡ଼ି ଆସୁ ନ ଥିବାରୁ ମଣ୍ଡିରେ ଧାନ ଖୋଳା ଆକାଶ ତଳେ ପଡି ରହିଛି । ସୂଚନାଯୋଗ୍ୟ ଯେ ଏହି ଜିଲ୍ଲା ଟି ହୀରାକୁଦ ଜଳସେଚିତ ହୋଇଥିବା ବେଳେ ଜିଲ୍ଲାର ଅଟାବିରା, ବରଗଡ଼, ଭେଡେନ ଓ ବରପାଲି ବ୍ଳକ ଅଞ୍ଚଳରେ ହୀରାକୁଦ ଜଳଭଣ୍ଡାରର ପାଣି ଯୋଗାଣ ହୋଇଥାଏ ।

ସେହିପରି ଜିଲ୍ଲାର ବରଗଡ଼, ଅଟାବିରା ଓ ପଦ୍ମପୁର ଏପରି ତିନିଗୋଟି ନିୟନ୍ତ୍ରିତ ବଜାର କମିଟି ଜରିଆରେ ଶତାଧିକ ମାର୍କେଟ ୟାଡ଼ ଏବଂ ଧାନ କ୍ରୟ କେନ୍ଦ୍ର ମାନଙ୍କ ରେ ଧାନ ସଂଗ୍ରହ କରାଯାଉଛି । ଧାନ ସଂଗ୍ରହ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପ୍ରସ୍ତୁତି କରାଯିବା ସହିତ ଜିଲ୍ଲା ର ସମସ୍ତ ଧାନ ଗୁଡିକୁ ଚାଷୀମାନେ ଯେମିତି ବିକ୍ରୀ କରିପାରିବେ ସେଥିପାଇଁ ବହୁ ତ ଭଲଭାବେ ଧାନ ସଂଗ୍ରହ ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥାଏ । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଫେଲ ମାରିଥାଏ ବର୍ତ୍ତମାନର ଧାନ ସଂଗ୍ରହ କାର୍ଯ୍ୟକ୍ରମ ତାର ଏକ ଉଦାହରଣ । ଫଳରେ ଚାଷୀ ବାଧ୍ୟ ହୋଇ ଗାଁ ମହାଜନ ଓ ସାହୁକାର ମାନଙ୍କ ଠାରେ ବିକ୍ରୀ କରି ଶୋଷଣ ର ଶିକାର ହେଉଛି । ଏପରି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଭେଡେନ ବ୍ଳକ ଅଧିନସ୍ଥ ଜାମ ପାଲି କ୍ରୟ କେନ୍ଦ୍ରରୁ ।

ଏହି ଧାନ କ୍ରୟ କେନ୍ଦ୍ର ରେ ସମସ୍ୟା ଯେପରି ପିଛା ଛାଡୁନି ଚାଷୀର । କେତେବେଳ ପୋକ ରୋଗ ତ କେତେବେଳ ଅଦିନିଆ ବର୍ଷା। ଏବେ ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଚିନ୍ତା ଘାରିଛି ବରଗଡ଼ ଜିଲ୍ଲା ର ଚାଷୀଙ୍କୁ । ଏଠାରେ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ବସ୍ତା ଧାନ ଖୋଳା ଆକାଶ ତଳେ ବିକ୍ରୀ ଅପେକ୍ଷାରେ ପଡିରହିଛି । ଏଠାରେ ଚାଷୀଙ୍କ ଧାନ ବସ୍ତା ପ୍ରତି ଦୁଇରୁ ତିନି କେଜି ପର୍ଯ୍ୟନ୍ତ ମିଲ ମାଲିକ ମାନଙ୍କ ଦ୍ୱାରା କଟନି ଛଟନି କରାଯାଉଥିବା ଅଭିଯୋଗ ହେଉଛି ।

ମାତ୍ର ଚାଷୀ ଏହାର ପ୍ରତିବାଦ କରିବାରୁ ଦୀର୍ଘ ସାତ ଦିନ ହେବଏଠାକୁ ନା ମିଲର୍ସ ଆସୁଛନ୍ତି ନା ଗାଡ଼ି ଆସୁଛି ଧାନ ସଂଗ୍ରହ କରିବାକୁ । ଯେଉଥିପାଇଁ ଚାଷୀଙ୍କ ଧାନ ସେମିତି ପଡ଼ି ରହିଥିବା ବେଳେ ଟୋକନ୍ ଅବଧି ମଧ୍ୟ ସରି ସରି ଆସୁଛି । ଏପରିସ୍ଥିତିରେ ଚାଷୀର ଧାନ ଘରେ ଏବଂ ଖଳାରେ ପଡ଼ି ରହିଛି, ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲି ଥିବା ବେଳେ ଆଗାମୀ ଦିନରେ ଯଦି ଧାନ ଶୀଘ୍ର ଉଠାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ବାଧ୍ୟ ହେବ ବୋଲି କହିଛନ୍ତି ସମ୍ପୃକ୍ତ ଅଂଚଳ ର ଚାଷୀ ମାନେ ।ଏହିପରି ଅବସ୍ଥା କେବଳ ଏହି ଗୋଟିଏ ୟାର୍ଡ ରେ ନୁହଁ ବରଂ ଜିଲ୍ଲାର ସବୁ ମାର୍କେଟ ୟାର୍ଡର ଅବସ୍ଥା ସମାନ । ୟାର୍ଡକୁ ମିଲର୍ସଙ୍କ ଗାଡି ଆସୁ ନ ଥିବାରୁ ଧାନ ଉଠି ନ ପାରି ଏମିତି ପଡିରହିଛି ।

ଫଳରେ ଚାଷୀମାନେ ନିଜର ଧାନ ବିକ୍ରୀ ପାଇଁ ମଣ୍ଡିରେ ଦିନ ରାତି ଜଗି ବସୁଛନ୍ତି। ଅପରପକ୍ଷେ ବିଭାଗୀୟ ଅଧିକାରୀ କିନ୍ତୁ ମିଲର୍ସ ଙ୍କ ସହ ସଲାହା ସୁତୁରା କରି ଚୁପ୍ ରହୁଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ମାର୍କେଟ ୟାର୍ଡ ଇଁଚାର୍ଜ୍ ଙ୍କୁ ପଚାରି ବାରୁ ମାର୍କେଟ ୟାର୍ଡ଼ରେ କିଛି ଅସୁବିଧା ନ ଥିବା ଏବଂ ଦୁଇ ଦିନ ଭିତରେ ଧାନ ଉଠାଇ ଦିଆଯିବ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ତେବେ ଯଥା ଶୀଘ୍ର ଯଦି ଧାନ ଉଠାନଯାଏ ତେବେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ଏବଂ ଏଥିପାଇଁ ପ୍ରଦାନ ଦାୟୀ ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସବୁ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.