ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରାହ୍ମଣଙ୍କ ସମେତ ଅନେକ ସମାଜ ବା ଜାତି କୂଳ ପକ୍ଷରୁ ବ୍ରତ ହେବାର ପରମ୍ପରା ରହିଛି । ତେବେ ଆର୍ଥିକ ଅନାଟନ ହେଉ ଅବା ଅନ୍ୟ କୌଣସି କାରଣ ଯୋଗୁଁ ନିଖିଳ ଉତ୍କଳ କାଳଙ୍ଗୀ ପରିବାରର ଯୁବକମାନେ ବ୍ରତ ନହୋଇ ରହିଥାଆନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ସହରର ନିଖିଳ ଉତ୍କଳ କାଳଙ୍ଗୀ କୃଷମ ମହାସଂଘ ପକ୍ଷରୁ ଏଭଳି ପରିବାରର ଯୁବକମାନଙ୍କୁ ନିଃଶୁକ୍ଳ ବା ମାଗଣାରେ ସାମୁହିକ ବ୍ରତ କରାଯାଇଛି । ଏହି କ୍ରମରେ ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ା ଜି. ଜଗନ୍ନାଥପୁର ବୁଢୀ ଠାକୁରାଣୀ ଦେବୀଙ୍କ ଶକ୍ତିପୀଠରେ 220ଜଣ ଯୁବକଙ୍କ ସାମୁହିକ ବ୍ରତପନୋୟନ କରାଯାଇଛି । ଯେଉଁ ଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ବ୍ରତ ହେବାର ସୁଯୋଗ ପାଇଛନ୍ତି ।
ନିଜ ସମାଜ ବା ଜାତିର ପରମ୍ପରା ପ୍ରକାରେ ନିଖିଳ ଉତ୍କଳ କାଳିଙ୍ଗୀ ସମାଜର ଯୁବକ ସମୟରେ ବ୍ରତ ହେବାର ପରମ୍ପରା ରହିଛି । ତେବେ ଏହି ପରମ୍ପରା ପ୍ରକାରେ ନିଜ ସମାଜରେ କେହି ବି ବ୍ରତ ନ ହୋଇ ରହିବେନି ଏଥିପାଇଁ ବ୍ରହ୍ମପୁର ନିଖିଳ ଉତ୍କଳ କାଳଙ୍ଗୀ କୃଷକ ମହାସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା ସାମୁହିକ ବ୍ରତୋପନୟନ ଉତ୍ସବ । ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ା ଜି. ଜଗନ୍ନାଥପୁର ବୁଢୀ ଠାକୁରାଣୀ ଦେବୀଙ୍କ ଶକ୍ତିପୀଠରେ 220ଜଣ ଯୁବକଙ୍କ ସାମୁହିକ ବ୍ରତପନୋୟନ କରାଯାଇଛି । ଯେଉଁ ଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ବ୍ରତ ହେବାର ସୁଯୋଗ ପାଇଛନ୍ତି । ତେବେ ଅନେକ ଗରୀବ ପରିବାରର ଯୁବକମାନେ ଆର୍ଥିକ ଅଭାବ ଯୋଗୁଁ ବ୍ରତ ନହୋଇ ରହିଯାଉଛନ୍ତି । ଏଭଳି ଯୁବକମାନଙ୍କୁ ବ୍ରତ କରି ସେମାନଙ୍କୁ ସହଯୋଗର ହାତ ବଢାଇବା ସହିତ ନିଜ ସମାଜକୁ ସୁରକ୍ଷା ଦେବାକୁ ବ୍ରହ୍ମପୁରର ନିଖିଳ ଉତ୍କଳ କାଳଙ୍ଗୀ କୃଷକ ମହାସଂଘ ପକ୍ଷରୁ ଯୁବକମାନଙ୍କର ସାମୁହିକ ବ୍ରତ ପନୋୟନ ଆୟୋଜନ କରାଯାଉଛି । ଏଥିରେ 8ବର୍ଷରୁ ଆରମ୍ଭ କରି 40ବର୍ଷ ବୟସ ପର୍ଯ୍ୟନ୍ତ ଲୋକେ ମାନେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ କେବଳ ସହରର ନୁହେଁ ବରଂ ବିଭିନ୍ନ ଜିଲ୍ଲାରୁ ମଧ୍ୟ ବହୁ କାଳଙ୍ଗୀ ପରିବାର ସାମିଲ ହୋଇ ନିଜନିଜ ପିଲାଙ୍କର ବ୍ରତ କାର୍ଯ୍ୟ ସଂପନ୍ନ କରିଛନ୍ତି ।
କାଳଙ୍ଗୀ ସମାଜର ପିଲାଙ୍କୁ ବ୍ରତ କରିବା ପାଇଁ ଏଭଳି ମହତ୍ କାର୍ଯ୍ୟର ଆୟୋଜନ କରାଯାଉଛି ହେଲେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ମାଗଣା ବା ନିଃଶୁକ୍ଳରେ । ବ୍ରତ କାର୍ଯ୍ୟଟିଏ କରିବାକୁ ହେଲେ ଅତି କମରେ 20ରୁ 30 ହଜାର ଟଙ୍କାର ଆବଶ୍ୟକତା ରହିଥାଏ । ହେଲେ ଏତେ ପରିମାଣର ଅର୍ଥ ବ୍ରତ ପାଇଁ ଖର୍ଚ୍ଚ କରିବାକୁ ସମସ୍ତ ସମର୍ଥ ନଥାନ୍ତି । ତେଣୁ ଅନେକ ପରିବାରର ପିଲାମାନେ ମଧ୍ୟ ଆର୍ଥିକ ଅଭାବ ସାଙ୍ଗକୁ ବୈଦିକ ରୀତିନୀତି ରେ ଆୟୋଜନ ହେଉଥିବା ଏହି ସାମୁହିକ ବ୍ରତ ରେ ସାମିଲ ହୋଇ ବ୍ରତ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏଭଳି ମହତ ଉଦ୍ଦେଶ୍ୟରେ ଆୟୋଜନ ହେଉଥିବା ସାମୁହିକ ବ୍ରତ କାର୍ଯ୍ୟ ଓ ଏହାର ଆୟୋଜନକୁ ନେଇ ବେଶ୍ ଆନନ୍ଦିତ ହୋଇଛନ୍ତି ସମସ୍ତେ । ସେପଟେ ଅଞ୍ଚଳର ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ଏହି ବ୍ରତ କାର୍ଯ୍ୟରେ ସହଯୋଗର ହାତ ବଢାଇଥିଲେ । ସାମୁହିକ ବ୍ରତ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଭାବେ 40ରୁ ଅଧିକା ବ୍ରାହ୍ମଣଙ୍କୁ ଅଣାଯାଇଥିବା ବେଳେ ସମସ୍ତଙ୍କ ପାଇଁ ହୋମଯଜ୍ଞ ଆଦିର ବ୍ୟବସ୍ଥା ସହିତ ନବ ବ୍ରହ୍ମଚାରୀଙ୍କ ସାମୁହିକ ମୁଣ୍ଡନ ସାଙ୍ଗକୁ ଲୋକଙ୍କ ପାଇଁ ପ୍ରସାଦ ସେବନରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।