ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଏକ ବଡ ନିଷ୍ପତ୍ତି ନେଇ ପଞ୍ଜାବ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପଞ୍ଜାବର ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ଅଧିକ ଦେବାକୁ ପଡିବ। ଏଥି ସହିତ ଡିଜେଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୮.୬୫ ଟଙ୍କା ହେବ। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୯୫ ଟଙ୍କାକୁ ବୃଦ୍ଧି ପାଇଛି।
ପଞ୍ଜାବ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ଯେଉଁ ସମୟରେ ଗତ ବର୍ଷ ଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।