ଲୁହାପଥର ଧୂଳି ଆବଦ୍ଧ ପାଇପ୍ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ହେବ, ଚୁକ୍ତିନାମା ହେଲା ସ୍ୱାକ୍ଷରିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଲୁହାପଥର ଧୂଳି ଆବଦ୍ଧ ପାଇପ୍ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ପାଇଁ ଜାତୀୟ ଖଣିଜ ବିକାଶ ନିଗମ(ଏନଏମଡିସି), ହାଇଦ୍ରାବାଦ ଏବଂ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ- ଖଣିଜ ପଦାର୍ଥ ଏବଂ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ସିଏସଆଇଆର-ଆଇଏମଏମଟି), ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଲୁହାପଥର ଧୂଳି ଇଣ୍ଟର ପ୍ଲାଣ୍ଟ ଏବଂ ଇଣ୍ଟ୍ରା ପ୍ଲାଣ୍ଟ ପାଇପଲାଇନ ଭିତରେ ପରିବହନ ପାଇଁ ଡିଜାଇନ୍ ପାରାମିଟର ପ୍ରତିଷ୍ଠା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

ଏସ. କେ ଚଉରାସିଆ, ଜିଏମ (ଆର ଆଣ୍ଡ ଡି) ଏନଏମଡିସି,   ଦିଲୀପ କୁମାର ମହାନ୍ତି ନିର୍ଦ୍ଦେଶକ (ବାଣିଜ୍ୟିକ) ଏନଏମଡିସି ,  ବିଶ୍ୱନାଥ ସୁରେଶ ନିର୍ଦ୍ଦେଶକ (ଉତ୍ପାଦନ) ଏନଏମଡିସି,  ଏସ.କେ ଜେନ୍, ସିଜିଏମ ଏନଏମଡିସି, ଡ ଅଶୋକ ସାହୁ ମୁଖ୍ୟ ବୈଜ୍ଞାନିକ ଏବଂ ମୁଖ୍ୟ ଏସପିବିଡି (ସିଏସଆଇଆର-ଆଇଏମଏମଟି),  ସ୍ନେହାସିସ୍ ବେହେରା, ମୁଖ୍ୟ ବୈଜ୍ଞାନିକ ତଥା ହେଡ ଡିପିଇ(ସିଏସଆଇଆର-ଆଇଏମଏମଟି) , ଏନଏମଡିସି ଆରଆଣ୍ଡଡିର ଅନ୍ୟ ଅଧିକାରୀମାନେ ଏନଏମଡିସି ମୁଖ୍ୟ କାର୍ଯ୍ୟାଳୟରେ ଏହି ଉତ୍ସବରେ ଯୋଗ ଦେଇଥିଲେ।  ଦିଲୀପ କୁମାର ମହାନ୍ତି ଶିଳ୍ପ ପାଇଁ ମୂଲ୍ୟ ଯୋଗକୁ ନେଇ ଆସୁଥିବା କାର୍ଯ୍ୟକ୍ଷମ ସମସ୍ୟାର ସମାଧାନ ପାଇଁ ଶିଳ୍ପ ଏବଂ ଅନୁସନ୍ଧାନ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।ଏହା ଜଣାଇବାକୁ ହେବ ଯେ ସିଏସଆଇଆର-ଆଇଏମଏମଟି ପୂର୍ବରୁ ଲୁହା ଏବଂ ଇସ୍ପାତ ଶିଳ୍ପଗୁଡିକର ପାରସ୍ପରିକ ଆଗ୍ରହର ସହଭାଗୀ କାର୍ଯ୍ୟ ପାଇଁ ସହଯୋଗୀ ଚୁକ୍ତିନାମା ରହିଛି

Leave A Reply

Your email address will not be published.