ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଚମ୍ପା ଘାଟି ରେ ଏକ ଯାତ୍ରୀବାହୀ ପିକ୍ ଅପ୍ ଭ୍ଯାନ୍ ଦୁର୍ଘଟଣା ହେବା ଫଳରେ ସେଥିରେ ଯାତ୍ରା କରୁଥିବା 15 ଜଣ ଯାତ୍ରୀ ଆହତ ହୋଇଛନ୍ତି । କାର୍ଯ୍ଯ ସାରି ଶ୍ରମିକମାନେ ଗଜପତି ଜ଼ିଲ୍ଲା ପୁରୁଣାପାଣି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ ।
15 ଜଣ ଶ୍ରମିକ ଙ୍କ ମଧ୍ୟରୁ 8 ଜଣ ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ।