ସର୍ବଭାରତୀୟ ଉପକନିଷ୍ଠ ମାନ୍ୟତା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା: ଓଡ଼ିଶା ସାଇକୁ ୪ ସ୍ବର୍ଣ୍ଣ, ୧ ରୌପ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସର୍ବଭାରତୀୟ ଉପକନିଷ୍ଠ ମାନ୍ୟତା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶା ସାଇ ବ୍ୟାଡମିଣ୍ଟନ୍ ଏକାଡେମିର ପ୍ରଶିକ୍ଷାର୍ଥୀ ୪ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଯୁଗଳରେ ପ୍ରଗତି ପରିଡ଼ା-ବିଶାଖା ଟୋପ୍ପୋ, ମିଶ୍ରିତ ଯୁଗଳରେ ପ୍ରଗତି ପରିଡ଼ା-ଭାର୍ଗବ ରାମ, ବାଳକ ଯୁଗଳରେ ବିଶ୍ବ ତେଜ-ଭାର୍ଗବ ରାମ ଏବଂ ୧୫ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ଜଙ୍ଗଜିତ ସିଂହ-କାଜଲ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୭ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ବିଶାଖା ଟୋପ୍ପୋ-ବିଶ୍ବ ତେଜ ରୌପ୍ୟ ପଦକ ପାଇଥିଲେ।

ବ୍ୟକ୍ତିଗତ ଭାବେ ପ୍ରଣତି ପରିଡ଼ା, ଭାର୍ଗବ ରାମ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ବିଶାଖା ଟୋପ୍ପୋ ଓ ବିଶ୍ବ ତେଜ ଗୋଟିଏ ‌ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି।

Leave A Reply

Your email address will not be published.