ଭାରତକୁ ଏମକ୍ୟୁ୯ବି ଡ୍ରୋନ ଯୋଗାଇବ ଆମେରିକା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଡ୍ରୋନ ପ୍ରିଡେଟର ବା ଏମକ୍ୟୁ୯ବି ଡ୍ରୋନ ଡିଲକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି । ଅତି ଚଢା ଦରରେ ଡିଲ୍ ହୋଇଥିବା କଂଗ୍ରେସ ଅଭିଯୋଗ କରୁଥିବାବେଳେ ସରକାର ତାହାକୁ ଖଣ୍ଡନ କରିଛନ୍ତି । ତେବେ ଏ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଏକ ବଡ଼ ବୟାନ ସାମନାକୁ ଆସିଛି ।

ସେ କହିଛନ୍ତି ଯେ ଭାରତ ସରକାର ଏବଂ ଆମେରିକା ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ବିନା ଲାଭ ଏବଂ କୌଣସି କ୍ଷତି ଆଧାରରେ କରାଯାଇଛି । ଦରକୁ ନେଇ କୌଣସି କଥାବାର୍ତ୍ତା କିମ୍ବା ଆଲୋଚନା ହୋଇନାହିଁ। ଏହି ଡ୍ରୋନର ଆନୁମାନିକ ମୂଲ୍ୟ ୮୧୨ କୋଟି ଏବଂ ଏହାର ମୋଟ ମୂଲ୍ୟ ୩.୦୭୨ ନିୟୁତ ଆମେରିକୀୟ ଡଲାର ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଭାରତ ସରକାର ଏପର୍ଯ୍ୟନ୍ତ ଡ୍ରୋନର ମୂଲ୍ୟ ସ୍ଥିର କରିନାହାଁନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆଲୋଚତନାରେ କେବଳ ଡ୍ରୋନର ସେନ୍ସର ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଆମେରିକା ଦ୍ବାରା ପ୍ରସ୍ତାବିତ ମୂଲ୍ୟରେ ବିମାନ, ସେନ୍ସର, ଅସ୍ତ୍ରଶସ୍ତ୍ର, ଗ୍ରାଉଣ୍ଡ କଣ୍ଟ୍ରୋଲ ସିଷ୍ଟମ, ଉପଗ୍ରହ, ସି-ବ୍ୟାଣ୍ଡ ଡାଟା ଟର୍ମିନାଲ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଉପକରଣ, ସ୍ପେୟାର ଏବଂ କଣ୍ଟ୍ରାକ୍ଟର ଲଜିଷ୍ଟିକ ସହାୟତା ଆମେରିକା ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ଅଧିକାରୀ କହିଛନ୍ତି ଯେ ଭାରତ ପାଇଁ ଡ୍ରୋନର ଆନୁମାନିକ ମୂଲ୍ୟ ଅନ୍ୟ ଦେଶ ତୁଳନାରେ ୨୭ ପ୍ରତିଶତ କମ୍।

Leave A Reply

Your email address will not be published.