ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫିଫା ମାନ୍ୟତାରେ ୧୦୦ତମ ସ୍ଥାନକୁ ଫେରିଛି ଭାରତ। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଲେବାନନ୍ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଭାରତ ୫ ବର୍ଷ ପରେ ପୁଣି ଥରେ ଶୀର୍ଷ ୧୦୦ ସ୍ଥାନରେ ପହଞ୍ଚିଛି। ଶେଷଥର ପାଇଁ ୨୦୧୮ ମାର୍ଚ୍ଚ ମାସରେ ଭାରତ ୯୯ ତମ ସ୍ଥାନରେ ରହିଥିଲା।
ବର୍ତ୍ତମାନ ବେଙ୍ଗାଲୁରୁରେ ଚାଲିଥିବା ସାଫ୍ କପ୍ରେ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିସାରିଥିଲା ବେଳେ ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ୍ଙ୍କ ପାଇଁ ଏହା ଆଉ ଏକ ବଡ଼।