ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଭିନ୍ନ ସମସ୍ଯା କୁ ନେଇ ଆନନ୍ଦପୁର ପୌରପାଳିକା ୩ନଂ ଓ୍ବାର୍ଡ ର ଏସ. ଏଚ୍. ଜି ଗୃପର ଶତାଧିକ ମହିଳା ଆଜି ପୌରପାଳିକା କାର୍ଯ୍ୟାଳୟରେ ତାଲା ପାକାଇ ଧାରଣାରେ ବସିଛନ୍ତି । ୩ନଂ ଓ୍ବାର୍ଡ ଏସ. ଏଚ୍. ଜି ଗୃପ୍ ଗୁଡିକ ପାଇଁ କୋଡିନେଟର ନିଯୁକ୍ତି ରେ ଅନିୟମିତତା ସହ ଓ୍ବାର୍ଡ ରେ ଜାଗା ମିସନ ମାଧ୍ଯମରେ ମିଳିଥିବା ଘରବାଡି ପଟ୍ଟା ରେ ତୃଟି ଭଳି ମୁଖ୍ଯ ସମସ୍ଯା ସହ ଅନେକ ଗୁଡିଏ ସମସ୍ଯା ନେଇ ବାରମ୍ବାର ବିଭାଗିୟ କର୍ତୁପକ୍ଷ ଙ୍କ ସହ ବହୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରିଥିଲେ ମଧ୍ଯ ସମାଧାନ ହେଉନଥିବା ଅଭିଯୋଗ ହୋଇଛି ।
ଘଟଣା ସ୍ଥଳରେ ପୌରାଧ୍ୟକ୍ଷା ରଜନିରାଣୀ ଖୁଣ୍ଟିଆ ପହଁଞ୍ଚି ବୁଝାସୁଝା କରିଥିଲେ ମଧ୍ଯ ଜିଦ୍ ରେ ଅଟଳ ରହିଛନ୍ତି ମହିଳା ମାନେ । ଯେ ପର୍ଯ୍ଯନ୍ତ ସମସ୍ଯାର ସମାଧାନ ନହୋଇଛି ସେ ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ଅନ୍ଯପଟେ ଖୋଦ୍ ପୌରାଧ୍ୟକ୍ଷା ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ପ୍ରତିକ୍ରିୟା ମିଳିପାରି ନାହିଁ ।