କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପାଇଁ ଏହି ଘୋଷଣା କରାଯାଇଛି । କିଛି ଯୋଜନାର ସୁଧ ହାର ୦.୧୦ରୁ ୦.୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ପ୍ରତି ତିନି ମାସରେ ଥରେ କେନ୍ଦ୍ର ସରକାର ସ୍ଥିର କରିଥାନ୍ତି । କେନ୍ଦ୍ର ସରକାର ସରକାର ପ୍ରତି ତିନି ମାସରେ ଥରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ), ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ), ସିନିୟର ସିନିଜେନ ସେଭିଙ୍ଗସ ସ୍କିମ (ଏସସିଏସଏସ), କିଷାନ ବିକାଶ ପାତ୍ର ((କେଭିପି), ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟ (ଏନଏସସି) ପରି ସ୍ମଲ ସେଭିଙ୍ଗସ ସ୍କିମର ସୁଧ ହାର ସ୍ଥିର କରିଥାନ୍ତି । କେନ୍ଦ୍ର ସରକାର ଜୁଲାଇରୁ ସେପ୍ଟେମ୍ବର ମାସ ପାଇଁ ସୁଧ ହାର ନିର୍ଦ୍ଧାରିତ କରିଛନ୍ତି ।

ଏବେ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ୪.୦ରୁ ୮.୨ ପ୍ରତିଶତ ମଧ୍ୟରେ ଆସି ଯାଇଛି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପିପିଏଫରେ ସୁଧ ହାର ଅପରିବର୍ତ୍ତିତ ରହିଛି । ଏହି ସ୍କିମରେ ଗ୍ରାହକଙ୍କୁ ୭.୧ ପ୍ରତିଶତ ସୁଧ ମିଳିବା ଜାରି ରହିବ । ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟରେ ୭.୭ ପ୍ରତିଶତ ମିଳିବ । ସିନିୟର ସିଟିଜେନ ସେଭିଙ୍ଗସ ସ୍କିମର ମାସିକ ଇନକମ ଆକାଉଣ୍ଟର ସୁଧ ହାରରେ କୌଣସି ପରିବର୍ତ୍ତନ ଘଟିନାହିଁ ।

ସିନିୟର ସିଟିଜେନ ସେଭିଙ୍ଗସ ସ୍କିମରେ ୮.୨ ପ୍ରତିଶତ ହାର ମିଳିବା ସହିତ ମାସିକ ଇନକମ ଆକାଉଣ୍ଟ ସ୍କିମରେ ୭.୪ ପ୍ରତିଶତ ସୁଧ ମିଳିବ।

Leave A Reply

Your email address will not be published.