ଆଜିଠୁ ଆସିଲା ଏଲପିଜି ଗ୍ୟାସର ନୂଆ ଦର, ଜାଣନ୍ତୁ ଦର କେତେ ସ୍ଥିର ହେଲା?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜୁଲାଇରେ ୧ ତାରିଖରୁ ଏଲପିଜିର ନୂଆ ଦର ଜାରି ହୋଇଯାଇଛି। ଇଣ୍ଡିଆନ ଅଏଲଙ୍କ ୱେବ୍ ସାଇଟ୍‌ ଅନୁସାରେ ୧୪.୨ କେଜି ଓଜନର ରୋଷେଇ ଗ୍ୟାସ୍ ସିଲିଣ୍ଡର ଓ ୧୯ କେଜିର କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଣୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରୋଷେଇ ବ୍ୟବହାର ଉପଯୋଗୀ ଏଲପିଜି ସିଲିଣ୍ଡରର ଦାମ ୧ ହଜାର ୧୦୩ ଟଙ୍କାରେ ସ୍ଥିର ଥିବା ବେଳେ କମର୍ସିଆଲ ବ୍ୟବହାର ଉପଯୋଗୀ ସିଲିଣ୍ଡର ଦାମ ୧ ହଜାର ୭ ଶହ ୭୩ ଟଙ୍କାରେ ସ୍ଥିର ରହିଛି।

ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଦର ଯଥାକ୍ରମେ ୧୧୦୨ ଟଙ୍କା ୫୦ ପଇସା ଓ ୧୭୨୫ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୧୧୨୯ ଟଙ୍କାରେ ବିକ୍ରି ହେଉଥିବା ବେଳେ କମର୍ସିଆଲ ୟୁଜ୍ ସିଲିଣ୍ଡର ୧୮୭୫ଟଙ୍କା ୫୦ ପଇସାରେ ବିକ୍ରି ହେଉଛି। ସେହିପରି ଚେନ୍ନାଇରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧ ହଜାର ୧୧୮ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ କମର୍ସିଆଲ ୟୁଜ୍ ସିଲିଣ୍ଡର ୧ ହଜାର ୯୩୭ ଟଙ୍କାରେ ବିକ୍ରି ହେଉଛି। ଗତ କିଛିମାସ ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗତ ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିଲା।

ଏହା ପୂର୍ବରୁ ଗତବର୍ଷ ଜୁଲାଇ ୬ ତାରିଖରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହୋଇଥିଲା। ସେହିପରି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ତୈଳ କମ୍ପାନୀମାନେ ଗତ ଜୁନ ମାସରେ ମୂଲ୍ୟ ହ୍ରାସ କରିଥିଲେ। ସେତେବେଳେ ସିଲିଣ୍ଡର ପିଛା ଦରରେ ୮୩ ଟଙ୍କା ହ୍ରାସ ହୋଇଥିଲା। ତା ପୂର୍ବରୁ ମେ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଥିଲା।

Leave A Reply

Your email address will not be published.