ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘର ଇନଚାର୍ଜ ହେଲେ କହ୍ନେୟା କୁମାର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବା କହ୍ନେୟା କୁମାରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। କହ୍ନେୟାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ ବୋଲି ନିକଟରେ ବେଶ୍ ଚର୍ଚ୍ଚା ହେଉଥିଲା ।

ତେବେ ଏହା ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି  କହ୍ନେୟାଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ସୂଚନା ମୁତାବକ, କହ୍ନେୟାଙ୍କୁ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ (ଏନଏସୟୁଆଇ)ର ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି । କହ୍ନେୟା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ଅଖିଳ ଭାରତୀୟ ଛାତ୍ର ଫେଡେରେସନ (ଏଆଇଏସଏଫ)ର ନେତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ସେ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ । କହ୍ନେୟାଙ୍କୁ କଂଗ୍ରେସ ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିବା ନେଇ ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚା ହେଉଥିଲା । ଏଆଇସିସିର ଘୋଷଣା ପରେ ଏବେ କହ୍ନେୟା ଏନଏସୟୁଆଇ ପାଇଁ କାର୍ଯ୍ୟ କରିବେ । କଂଗ୍ରେସର ଛାତ୍ର ୱିଙ୍ଗ ଏନଏସୟୁଆଇର ପ୍ରଭାରୀ ଭାବେ କହ୍ନେୟାଙ୍କୁ ଦାୟିତ୍ୱ ମିଳିଛି । ଛାତ୍ରଙ୍କ ଗହଣରେ ରହି କାର୍ଯ୍ୟ କରିବାର ଯଥେଷ୍ଟ ଅଭିଜ୍ଞତା କହ୍ନେୟାଙ୍କ ନିକଟରେ ରହିଥିବାରୁ ତାଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି ।

ଅନ୍ୟପକ୍ଷରେ କହ୍ନେୟାଙ୍କୁ ଏହି ଦାୟିତ୍ୱ ମିଳିବାକୁ ନେଇ ଅନେକ ବରିଷ୍ଠ ନେତା ବିରୋଧ କରିଥିଲେ । ମାତ୍ର ଶେଷରେ ସମସ୍ତଙ୍କର ସହମତି ଆଧାରରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.