ଅଧିନାୟକ ଭାବେ ରୋହିତଙ୍କ ପ୍ରଦର୍ଶନ ନିରାଶଜନକ: ଗାଭାସ୍କର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରହିଥିବା ଅବଧି ମଧ୍ୟରେ ରୋହିତ ଶର୍ମାଙ୍କଠୁ ଅଧିକ କିଛି ଆଶା ରଖିଛନ୍ତି କିଂବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। କିନ୍ତୁ ଗତ କିଛି ମାସ ମଧ୍ୟରେ ‌ହୋଇଥିବା ମ୍ୟାଚ୍‌ଗୁଡ଼ି‌କୁ ଦେଖିଲେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି ବୋଲି ଗାଭାସ୍କର କହିଛନ୍ତି। ଗାଭାସ୍କରଙ୍କ ମତରେ, ଭାରତରେ ପ୍ରଦର୍ଶନ ଦେବା ଭିନ୍ନ କଥା। କିନ୍ତୁ ଯେତେବେଳେ ବିଦେଶ ମାଟିରେ ଆମେ ଭଲ ଖେଳିବା, ତାହାହିଁ ଆମର ଅସଲ ପରୀକ୍ଷା ହେବ। କିନ୍ତୁ ସେହିଠାରେ ହିଁ ରୋହିତ ନିରାଶ କରୁଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ମଧ୍ୟ ରୋହିତଙ୍କ ପାଖରେ ଆଇପିଏଲ୍‌ ଅଭିଜ୍ଞତା ଥିଲା।

ଅଧିନାୟକ ଭାବେ ଶତାଧିକ ମ୍ୟାଚ୍‌ ଖେଳିସାରିଲେଣି। ହେଲେ ଆଇପିଏଲ୍‌ର ଜଣେ ଶ୍ରେଷ୍ଠ ଖେଳାଳି ଫାଇନାଲ୍‌ରେ ପହଞ୍ଚି ନପାରିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ଡବ୍ଲୁଟିସି ଫାଇନାଲ୍‌ରେ ଭାରତର ପରାଜୟ ପରେ ରୋହିତ ଓ ରାହୁଲ ଦ୍ରାବିଡ୍‌ଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ମ୍ୟାଚ୍‌ ପାଇଁ ଓ ମ୍ୟାଚ୍‌ ସମୟରେ ସେମାନେ ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସେମା‌ନଙ୍କୁ ଦାୟୀ କରାଯାଇପାରେ ବୋଲି କହିଛନ୍ତି ଗାଭାସ୍କର।

Leave A Reply

Your email address will not be published.