ଭୋଜି ଦେବେ ସୋନିଆ ଗାନ୍ଧି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ କଂଗ୍ରେସ ସହ ଆଉ କେତେକ ଦଳ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୁଲାଇ ୧୭ ଓ ୧୮ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସାମିଲ ହେବା ପାଇଁ ୨୪ ଅଣଭାଜପା ଦଳକୁ ନିମନ୍ତ୍ରଣ କରାଯାଇଛି।

ଜୁନ୍‌ ୨୩ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ବିରୋଧୀଙ୍କ ପ୍ରଥମ ସଂସ୍କରଣ ବୈଠକରେ ୧୫ ଦଳର ନେତା ଯୋଗଦେଇଥିଲେ।୧୭ ଦଳକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧରୀ ପାରିବାରିକ କାର୍ଯ୍ୟକ୍ରମ ଯୋଗୁ ଏଥିରେ ସାମିଲ ହୋଇପାରି ନ ଥିଲେ। ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ମେଳି ବାନ୍ଧୁଛନ୍ତି।

ତେବେ ଆସନ୍ତା ୧୭ରେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ନୈଶଭୋଜି(ଡିନର ପାର୍ଟି)ରେ ଆପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.