୧୩ ଲୋକସଭା ନିର୍ବାଚନମଣ୍ଡଳୀ ରାଜ୍ୟ ବିଜେପିର ଦ୍ବିତୀୟ ରୁଦ୍ଧଦ୍ୱାର ବୈଠକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୧୩ ଲୋକସଭା ନିର୍ବାଚନମଣ୍ଡଳୀ ରାଜ୍ୟ ବିଜେପିର ଦ୍ବିତୀୟ ରୁଦ୍ଧଦ୍ୱାର ବୈଠକ। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ୍ ବଂଶଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପିର ଆଜି ଦ୍ବିତୀୟ ରୁଦ୍ଧଦ୍ୱାର ବୈଠକ ଚାଲିଛି। ଏହି ବୈଠକରେ ପରାଜିତ ସଂସଦୀୟ କ୍ଷେତ୍ରକୁ ନେଇ ବିଶେଷ ଆଲୋଚନା କରାଯାଉଥିବା ଜଣାଯାଇଛି। ୨ ଟି ପର୍ଯ୍ୟାୟରେ ବୈଠକ କରାଯିବା ନେଇ ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ୧୩ଟି ଲୋକସଭା

କ୍ଷେତ୍ରରେ ଗତଥର ବିଜେପି ପରାଜିତ ହୋଇଥିଲା, ସେଥିରେ କିପରି ଏଥର ଜିତାପଟ ହାସଲ କରିବ ଦଳ ସେନେଇ ପ୍ରଭାରୀ, ସହ ପ୍ରଭାରୀ ଓ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରାଯିବାକୁ ଥିବାବେଳେ ୨ୟ ପର୍ଯ୍ୟାୟରେ ବିଜେପିର ବିଧାୟକମାନଙ୍କ ସହ ଭର୍ଚୁଆଲ୍ ବୈଠକ କରିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ୍ ବଂଶଲ। ବୈଠକରେ ଦଳୀୟ ସଙ୍ଗଠନ ଓ ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ ।

Leave A Reply

Your email address will not be published.