ୟୁଏସ୍‌ ଓପନ୍‌ ସୁପର ୩୦୦: ସିନ୍ଧୁ, ସେନ୍‌ କ୍ବାର୍ଟରକୁ ଉନ୍ନୀତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚଳିତ ୟୁଏସ୍‌ ଓପନ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଏବଂ ଯୁବ ତାରକା ଲକ୍ଷ୍ୟ ସେନ୍‌ । ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୪, ୨୧-୧୨ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଆସିଛନ୍ତି। ସେହିପରି କାନାଡା ଓପନ୍‌ ଜିତିବା ପରେ ବିଜୟ ଧାରାକୁ ବଜାୟ ରଖିଛନ୍ତି ଲକ୍ଷ୍ୟ ସେନ୍‌। ପୁରୁଷ ଏକକର ଦ୍ବିତୀୟ ରାଉଣ୍ଡରେ ଲକ୍ଷ୍ୟ ୩୯ ମିନିଟ୍ ଲଢ଼େଇ କରି ଚେକ୍‌ ରିପବ୍ଲିକ୍‌ର ଜାନ‌ ଲୌଡ଼ାଙ୍କୁ ୨୧-୮, ୨୩-୨୧ରେ ପରାସ୍ତ କରିଛନ୍ତି।

ପରବର୍ତୀ ରାଉଣ୍ଡରେ ସିନ୍ଧୁ ଚୀନର ଜାଓ ଫାଙ୍ଗଙ୍କୁ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ନିଜ ଦେଶର ୧୯ ବର୍ଷୀୟ ଚେନ୍ନାଇ ପ୍ରତିଭା ଏସ ଶଙ୍କର ମୁଥୁସ୍ବାମୀଙ୍କୁ ଭେଟିବେ। ୨୦୨୨ ବିଶ୍ବ କନିଷ୍ଠ ପ୍ରତିଯୋଗିତା ରୌପ୍ୟ ପଦକ ବିଜେତା ଶଙ୍କର ୨୧-୧୮, ୨୧-୨୩, ୨୧-୧୩ରେ ଇସ୍ରାଏଲ୍‌ର ମିଶା ଜିଲବର୍ମନଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ଅନ୍ୟ ଦୁଇ ଭାରତୀୟ‌ ଖେଳାଳି ବି.ସାଇ ପ୍ରଣୀତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ପରୁପଲୀ କାଶ୍ୟପଙ୍କ ଅଭିଯାନ ଶେଷ ହୋଇସାରିଛି।

Leave A Reply

Your email address will not be published.