ବିରୋଧୀଙ୍କ ରାତ୍ରି ଭୋଜନରେ ଯୋଗ ଦେବେନି ମମତା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜୁଲାଇ ୧୭ ରେ ବିରୋଧୀଙ୍କ ରାତ୍ରୀ ଭୋଜନରେ ଯୋଗ ଦେବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କାରଣ ତାଙ୍କୁ ଅସ୍ତ୍ରୋପଚାର ପରବର୍ତ୍ତୀ ସତର୍କତା ପାଳନ କରିବାକୁ ପଡିବ । କିନ୍ତୁ ସେ ଜୁଲାଇ ୧୮ରେ ବିରୋଧୀ ଦଳର ଦିନିକିଆ ବୈଠକରେ ଯୋଗ ଦେବେ ।

ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ସୂତ୍ରରୁ ଶନିବାର ଏହି ସୂଚନା ଦିଆଯାଇଛି । ଗତ ଗୁରୁବାର କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲରେ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ଜୁନ୍ ୨୭ ରେ ଉତ୍ତରବଙ୍ଗର ଭୋକେ ଏୟାରବେସରେ ମମତାଙ୍କ ହେଲିକପ୍ଟରର ଜରୁରୀ କାଳୀନ ଅବତରଣ ସମୟରେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା ।ଏ ସଂପର୍କରେ ଟିଏମସି ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ତାଙ୍କୁ ଯାଇ ବିରୋଧୀଙ୍କ ବୈଠକରେ ଯୋଗ ଦେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ତେଣୁ ସେ ରାତ୍ରି ଭୋଜନରେ ଯୋଗ ଦେବେ ନାହିଁ, ବରଂ ଜୁଲାଇ ୧୮ରେ ଦିନବ୍ୟାପୀ ହେବାକୁ ଥିବା ବୈଠକରେ ଯୋଗଦେବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୁଲାଇ ୧୭ରେ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ଏହା ପୂର୍ବରୁ ଗତ ଜୁନ ୨୩ରେ ବିହାରର ପାଟନାରେ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା ।

Leave A Reply

Your email address will not be published.