ମୁଁ ନିଲମ୍ବିତ ହେଲା ପରେ ବି କଂଗ୍ରେସରେ ରହିବି : ମହମ୍ମଦ ମୋକିମ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତାରିକ୍‌ ଅନଓ୍ବର ଏନେଇ ଚିଠି କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଅନୁସାରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିର‍ଞ୍ଜୀବି ବିଶ୍ବାଳ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଯାହା ଦଳର ଶୃଙ୍ଖଳା ଭଙ୍ଗ କରୁଛି। ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ଅଭିଯୋଗ ଆସିବା ପରେ ଦୁଇ ନେତାଙ୍କୁ ଏହାର ଜବାବ ମଗା ଯାଇଥିଲା।

ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ନଥିଲା। ଯେଉଥିପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରାଯାଉଛି।

କଂଗ୍ରେସରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମମଦ ମୋକିମ୍। ସେ କହିଛନ୍ତି, ଏଆଇସିସି ଆମକୁ ଉତ୍ତର ମାଗିଥିଲା ଏବଂ  ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଆମେ ନିଲମ୍ବନ ହେଇଛୁ। କିନ୍ତୁ ଦଳ ବିରୋଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ କି ଦଳକୁ କ୍ଷତି କରିବା ଭଳି କାର୍ଯ୍ୟ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ବି ଯାହା କରିଛି ଆଗାମୀଦିନରେ ସତ୍ୟାସତ୍ୟ ପ୍ରକାଶ ପାଇବ। ମୁଁ ନିଲମ୍ବିତ ହେଲା ପରେ ବି କଂଗ୍ରେସରେ ରହିବି। ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି।ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ। ଏ ବିଷୟ ରେ ଏଆଇସିସି  ସହ ଆଲୋଚନା କରିବି। ଖରାପ ସମୟରେ କଂଗ୍ରେସ ସହ ଥିଲୁ।କଂଗ୍ରେସକୁ ମଜବୁତ କରୁଥିଲୁ।କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି, ଯେଉଁମାନଙ୍କର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବା ପାଇଁ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଜବାବ ରଖିଛନ୍ତି ମୋକିମ୍।

Leave A Reply

Your email address will not be published.