ମାଲକାନଗିରିରେ ବନ୍ୟା: ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୋମବାର ଠାରୁ ପ୍ରବଳ ବର୍ଷା ହେଉଛି। ମାଲକାନଗିରି ସହର ଠାରୁ ବିଭିନ୍ନ ଗ୍ରାମରେ ଜଳମଗ୍ନ ଦେଖିବାକୁ ମିଳିଛି। ଜିଲ୍ଲାର କେତେକେ ନଦୀ ଓ ନାଳ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥ‌ାନରେ ଗାଡ଼ି ଅଟକି ରହିଥିବା ବ‌େଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏଥିସହ ଜିଲ୍ଲାର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଗଛ କାଟିବାରେ ଲାଗିଛନ୍ତି।

ମାଲକାନଗିରି ସହରର ବିଭିନ୍ନ ସାହିରେ ଘରେ ପାଣି ପଶିଥିବାର ଦୃଶ୍ୟ ସମ୍ମୁଖକୁ ଆସିଛି। ଏଥିସହ ୩୨୬ ନମ୍ବର ଜାତୀୟ ରାଜପଥରେ ରହିଥିବା ବିଭିନ୍ନ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏମଭି-୩୭ ଠାର ନିର୍ମାଣଧୀନ ବ୍ରିଜ ଉପରେ ଚଢ଼ି ବିପଦସଂକୁଳ ଭାବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନ‌େ ନଦୀ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.