ମହାରାଷ୍ଟ୍ର ରାୟଗଡ଼ରେ ଭୂସ୍ଖଳନ: ୫ଜଣଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରବଳ ବର୍ଷାରେ ମହାରାଷ୍ଟ୍ରରେ ଭୂସ୍ଖଳନ ଦେଖିବାକୁ ମିଳିଛି । ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି। ‘ଏନ୍‌ଡିଆର୍‌ଏଫ୍‌’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍‌ ଅନ୍ତର୍ଗତ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା ଇର୍ଶାଲ୍‌ବାଡ଼ି ଗାଁ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି।

ଘଟଣାସ୍ଥଳରେ ‘ଏନ୍‌ଡିଆର୍‌ଏଫ୍‌’ର ଦୁଇଟି ଟିମ୍‌ ପହଞ୍ଚି ତଲାସ ଓ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ଏପର୍ୟ୍ୟନ୍ତ ୨୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ବର୍ତ୍ତମା‌ନ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଶତାଧିକ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ଆମେ ‘ଏନ୍‌ଡିଆର୍‌ଏଫ୍‌’, ସ୍ଥାନୀୟ ଜନସାଧାରଣ ଏବଂ କେତେକ ‘ଏନ୍‌ଜିଓ’ରୁ ସହାୟତା ପାଉଛୁ। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

Leave A Reply

Your email address will not be published.