ପ୍ରକାଶ ପାଇଲା ସ୍ପେଶାଲ ଓଜେଇଇ ରେଜଲ୍ଟ: ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି ସ୍ପେଶାଲ ଓଜେଇଇ ରେଜଲ୍ଟ। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic ରୁ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ ମିଳିଛି। ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡପ୍ଲୋମାରେ ୪,୫୬୮ ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସ୍‌ସିରେ ୬୪, ବି ଫାର୍ମା

ସୂଚନାଯୋଗ୍ୟ, ସ୍ପେଶାଲ ଓଜେଇଇ ପରୀକ୍ଷା ଗତ ଜୁନ୍‌ ୨୬ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୋଟ ୩୩ଟି ସହରର ୪୭ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ଏବେ ଛାତ୍ରଛାତ୍ରୀ ସେମାନଙ୍କ ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ରୁ ପାଇପାରିବେ। ଡାଉନଲୋଡ କରିବା ସମୟରେ ନିଜର ଆବେଦନ ନମ୍ବର ଏବଂ ଜନ୍ମତାରିଖ ପ୍ରଦାନ କରିବାକୁ ପଡ଼ିବ।

Leave A Reply

Your email address will not be published.