ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁଦାନର ‘ପୋର୍ଟ ସୁଦାନ ଏୟାର୍ପୋର୍ଟରେ’ ଏକ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ସୈନିକଙ୍କ ସମେତ ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସେନା କହିଛି। ସୁଦାନ ସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଯାନ୍ତ୍ରିକ ତ୍ରୁଟିବିଚ୍ୟୁତି ଯୋଗୁଁ ‘ପୋର୍ଟ ସୁଦାନ ଏୟାର୍ପୋର୍ଟଦରେ ଆଜି ଗୋଟାଏ ବେସାମରିକ ଏଣ୍ଟୋନୋଭ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ସେନା କର୍ମଚାରୀଙ୍କ ସମେତ ୯ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
କିନ୍ତୁ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ବିମାନରେ ଜଣେ ପିଲା ବଞ୍ଚିଯାଇଛି। ଉଲ୍ଲେଖଯୋଗ୍ୟ, ସୁଦାନର ସଶସ୍ତ୍ର ସେନା ଓ ତାଦର ପ୍ରତିଦ୍ବନ୍ଦ୍ବୀ ପାରାମିଲିଟାରି ମଧ୍ୟରେ ଚାଲିଥିବା ତୁମୁଳ ସଂଘର୍ଷ ରବିବାର ଦିନ ୧୦୦ତମ ଦିବସରେ ପ୍ରବେଶ କରିଛି।
ଏପ୍ରିଲ୍ ୧୫ ତାରିଖରୁ ‘ସୁଦାନିଜ୍ ଆର୍ମଡ୍ ଫୋର୍ସେସ୍ଦ ଏବଂ ପରାମିଲ୍ଟାରି ‘ରାପିଡ୍ ସପୋର୍ଟ ଫୋର୍ସେସ୍ଦ ମଧ୍ୟରେ ଲଢ଼େଇ ଆରମ୍ଭ ହେବାଠାରୁ ଅସଂଖ୍ୟ ଲୋକ ପ୍ରଭାବିତ ହୋଇଛନ୍ତି। ସୁଦାନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ୨.୫ ନିୟୁତ ଲୋକ ବାସହରା ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ଦିନ ଦାର୍ଫୁର୍ ଅଞ୍ଚଳରେ ‘ଏସ୍ଏଏଫ୍ଦ ଓ ‘ଆର୍ଏସ୍ଏଫ୍ଦ ପରସ୍ପର ପ୍ରତି ରକେଟ୍ ନିକ୍ଷେପ କରି ସଂଘର୍ଷର ୧୦୦ତମ ଦିବସ ପାଳନ କରିଥିଲେ। ରକେଟ୍ ମାଡ଼ରେ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।