ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବନ୍ଦ ହେଲା ଜ୍ଞାନବାପୀ ପରିସରରେ ସର୍ଭେ କାମ । ଏନେଇ ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ । ୨ ଦିନ ପାଇଁ ସୁପ୍ରିମକୋର୍ଟ ଏହି କଟକଣା ଲଗାଇଛନ୍ତି । ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ କଟକଣା ଲାଗିଛି । ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଥିଲା । ପୂର୍ବରୁ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବାପୀ ମସଜିଦରେ ସାଇନଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ହୋଇଥିବା ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।
ପୂର୍ବରୁ ଥିବା କୌଣସି ହିନ୍ଦୁ ମନ୍ଦିର ଉପରେ ଜ୍ଞାନବାପି ମସ୍ଜିଦ୍ ନିର୍ମିତ ହୋଇଛି କି, ନାହିଁ, ନିର୍ଦ୍ଧାରଣ କରିବା ପାଇଁ ‘ଏଏସ୍ଆଇଦକୁ ସର୍ଭେ ଲାଗି ଅନୁମତି ଦିଆଯାଇଥିଲା। ଏହାଛଡ଼ା, ଜୁଲାଇ ୨୬ ତାରିଖରେ ଏହି ମାମଲାକୁ ବିଚାରକୁ ନେବା ପାଇଁ ସୁପ୍ରିମ୍ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ, ବାରାଣସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଅବସ୍ଥିତ ଏହି ମସ୍ଜିଦ୍ ଗୋଟାଏ ମନ୍ଦିର ଉପରେ ନିର୍ମିତ ହୋଇଛି କି, ନାହିଁ, ବୋଲି ନିର୍ଦ୍ଧାରଣ କରିବା ଲାଗି ‘ଏଏସ୍ଆଇଦ କୌଣସି ଖୋଳାଖୋଳି କାମ କରିପାରିବ ନାହିଁ। ସେହିପରି, ମସ୍ଜିଦ୍ କମିଟି ଫାଇଲ୍ କରିଥିବା ଆବେଦନର ଆଜି ଶୁଣାଣି କରିବା ଲାଗି ମଧ୍ୟ ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି।
ମସ୍ଜିଦ୍ କମିଟି ତରଫରୁ ଅଦାଲତରେ ହାଜର ହୋଇଥିଲେ ବରିଷ୍ଠ ଆଡ୍ଭୋକେଟ୍ ହୁଜେଫା ଅହମଦି। ଏହି ମାମଲାର ଜରୁରୀକାଳୀନ ଶୁଣାଣି ଲାଗି ତାଙ୍କ ଆବେଦନ ପ୍ରତି ଅଦାଲତ ଦୃଷ୍ଟି ଦେଇଥିଲେ। ଅପରାହ୍ଣ ୨ଟାରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ମସ୍ଜିଦ୍ ପରିସରରେ ଖୋଳାଖୋଳି ଅଥବା ଉତ୍ଖନନ କାର୍ୟ୍ୟ ନ କରିବା ଲାଗି ‘ଏଏସ୍ଆଇଦ ଟିମ୍କୁ ସୂଚାଇ ଦିଅନ୍ତୁ।