ଭୟ ବଢିଲା ଡେଙ୍ଗୁ : କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ପୁଣି ଭୟ ବଢିଲା ଡେଙ୍ଗୁ । ଗତକାଲି ଡେଙ୍ଗୁରେ ଜଣେ ୭ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃ୍ତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି । ଗତକାଲି ଖଣ୍ଡଗିରି ନିକଟ ଧର୍ମ ବିହାର ଅଞ୍ଚଳର ଜଣେ ସାତ ବର୍ଷର ବାଳିକା ଡେଙ୍ଗୁରେ ମୃତ୍ୟୁ ଘଟିଥିବାବେଳେ ଆଜି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ 62 ବର୍ଷ ବୟସ୍କା ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଡେଙ୍ଗୁ ଜନିତ ମୃତ୍ୟୁ ନା ନୁହେଁ ତାହା କିଛି ସ୍ପଷ୍ଟ କରାଯାଇ ନାହିଁ  । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ମିଡିଆକୁ କହିଛନ୍ତି, ‘ଆମେ ଏ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ପାଇନୁ । ଗୋଟିଏ ଟିମ ଯାଇଛନ୍ତି ଯାଞ୍ଚ ପାଇଁ । ଯାଞ୍ଚ ପରେ ଆମେ ଏ ନେଇ ସ୍ପଷ୍ଟ କରିବୁ ।’

ଡାକ୍ତର ମିଶ୍ର ଅଧିକ ସୂଚନା କହିଛନ୍ତି, ୨୦ ଜିଲ୍ଲାରୁ ୧୮, ୧୨୪ ନମୂନା ଟେଷ୍ଟ କରାଯାଇଥିଲା । ସେଥିରୁ ୫୫୩ ପଜିଟିଭ ଆସିଛି । ଆମର ଟିମ ବିଏମସି  ଏବଂ ସିଏମସି ସହ ସହଯୋଗ ରଖି କାମ କରୁଛନ୍ତି  । ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ପାଇଁ କାମ କରାଯାଉଛି । ରାଜ୍ୟ ରାଜଧାନୀରେ ଡେଙ୍ଗୁ ରୋଗ ଏକ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି ।  ବର୍ଷା ଯୋଗୁ ଡେଙ୍ଗ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଆଗକୁ ବର୍ଷା ସମ୍ଭାବନା ଥିବାରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Leave A Reply

Your email address will not be published.