ହରମନପ୍ରୀତଙ୍କୁ ଦଣ୍ଡିତ କରିପାରେ ଆଇସିସି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନିକିଆ ସିରିଜକୁ ନେଇ ଆରମ୍ଭ ହୋଇଥିବା ବିବାଦ ପୁଣି ତେଜିବାରେ ଲାଗିଛି । ଭାରତ-ବାଂଲାଦେଶ ମହିଳା ଟିମ ମଧ୍ୟରେ ହୋଇଥିବା ଦିନିକିଆ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ଅମୀମାଂସିତ ରହିଲା । ଫଳରେ ସିରିଜଟି ଡ୍ର ରହିଥିଲା । କିନ୍ତୁ ତୃତୀୟ ଦିନିକିଆରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର । ହରମନପ୍ରୀତଙ୍କୁ ବାଂଲାଦେଶ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ ଦେବାରୁ ରାଗରେ ଷ୍ଟମ୍ପକୁ ପିଟିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ହରମନପ୍ରୀତ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହରମନପ୍ରୀତଙ୍କୁ ବିଶୃଙ୍ଖଳ ଆଚରଣ ପାଇଁ ଦଣ୍ଡ ଭୋଗିବାକୁ ପଡିପାରେ । ଷ୍ଟମ୍ପକୁ ପିଟିବା କାରଣରୁ ୩ ଡିମେରିଟ୍ ପଏଣ୍ଟ ମିଳିଥିବା ବେଳେ ମ୍ୟାଚ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କାରଣରୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି । ୪ ଡିମେରିଟ୍ ପଏଣ୍ଟ କାରଣରୁ ହରମନପ୍ରୀତଙ୍କ ଉପରେ ୨ଟି ମ୍ୟାଚର ପ୍ରତିବନ୍ଧକ ଲଗାଇପାରେ ଆଇସିସି ।

Leave A Reply

Your email address will not be published.