ସମ୍ପତ୍ତି ପାଇଁ ପରିବାରର ୪ ଜଣଙ୍କୁ ହାଣିଦେଲେ ଯୁବକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମ୍ପତ୍ତି ପାଇଁ ପରିବାରର ୪ ଜଣଙ୍କୁ ହାଣିଦେଲେ ଯୁବକ। ରାତିରେ ଶୋଇଥିଲା ବେଳେ ସମସ୍ତଙ୍କୁ କୁରାଢ଼ିରେ ହାଣି ପକାଇଲା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ। ଆହତମାନେ ହେଲେ ଗୁଡ଼ିଆଳି ଗ୍ରାମର ହରେକୃଷ୍ଣ ରେଡ୍ଡୀ, ପ୍ରମିଳା ରେଡ୍ଡୀ, ମାମା ରେଡ୍ଡୀ ଓ ଦୁଃଖୀଆମା ରେଡ୍ଡୀ। ସମସ୍ତେ ଗୋଟିଏ ପରିବାର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ପାଣ୍ଡଵ ରେଡ୍ଡୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ତାଙ୍କ ବାପାଙ୍କୁ ସମ୍ପତ୍ତିରୁ ଭାଗ ନେବାକୁ ଦାବି କରିଥିଲେ। ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ।

ଏହାକୁ ନେଇ ପରିବାରରେ ଝଗଡ଼ା ହୋଇଥିଲା। ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ପାଣ୍ଡଵ ତାଙ୍କ ସ୍ତ୍ରୀଙ୍କ ସହିତ ମିଶି ପ୍ରଥମେ ବାପା ହରେକୃଷ୍ଣ ରେଡ଼ୀ ଓ ମା’ ପ୍ରମିଳା ରେଡ଼ୀଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ବାପାମା’ଙ୍କ ପାଟି ଶୁଣି ଭଉଣୀ ଦୁଃଖୀଆମା ଦୌଡ଼ି ଆସିଥିଲେ। ପାଣ୍ଡବ ତାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ। ପରେ ଭାଇବୋହୂ ମାମା ରେଡ୍ଡୀଙ୍କୁ କୁରାଢ଼ିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ପାଣ୍ଡବ ରେଡ଼ୀ ଓ ତାଙ୍କ ପତ୍ନୀ।  ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.