ମଣିପୁର ସାମ୍ପ୍ରଦାୟିକ ହିଂସାକାଣ୍ଡ ବିରୁଦ୍ଧରେ CITU, AIKS ଏବଂ AIAWU ତରଫରୁ ଗଣ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମାଷ୍ଟର କ୍ୟାଣ୍ଟିନ ଛକରେ ମଣିପୁର ହିଂସା କାଣ୍ଡ ଓ ମହିଳା ପ୍ରତି ଗଣ ଧର୍ଷଣ ବିରୁଦ୍ଧରେ ଗଣ ପ୍ରତିବାଦ CITU, AIKS ଏବଂ AIAWU ତରଫରୁ ଗଣ ପ୍ରତିବାଦ ଓ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ଇଣ୍ଟରନେଟ ସେବା ବନ୍ଦ କରି ହିନ୍ଦୁ ମେତେଇ ହିଂସ୍ର ଆର ଏସ ଏସ ଗୁଣ୍ଡାଙ୍କୁ ମତେଇ ନିରୀହ ଖ୍ରୀଷ୍ଟିଆନ କୁକୀ ସମ୍ପ୍ରଦାୟ ଆଦିବାସୀ ଙ୍କ ଉପରେ କରୁଛନ୍ତି ନରଷଙ୍ଘାର, ଗୃହ ଦାହ l ଶହ ଶହ କୁକୀ ମହିଳାମାନଙ୍କ ଉପରେ ଚାଲିଛି ବର୍ବୋରୋଚିତ ଯୌନ ଅତ୍ୟାଚାର ବୋଲି ଘୋର ଅଭିଯୋଗ କରି ବିକ୍ଷୋଭକାରୀ ଓ ଉପସ୍ଥିତ ଜନଗଣ ଙ୍କୁ ବକ୍ତବ୍ୟ ଦେଇଥିଲେ ବରିଷ୍ଠ ବାମପନ୍ଥୀ ନେତା ତଥା ସି ଆଇ ଟି ୟୁ ର ରାଜ୍ୟ ସଭାପତି ଶ୍ରୀ ଜନାର୍ଦ୍ଦନ ପତି  l

ସିଟୁ ଭୁବନେଶ୍ୱର ନେତା ତଥା ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ସଂଯୋଜନା ରେ ଆୟୋଜିତ ଏହି ଜନପ୍ରତିବାଦ ରେ ଯୋଗ ଦେଇ ଭାଷଣ ଦେଇଥିଲେ ରାଜ୍ୟ ବ୍ୟାଙ୍କ କର୍ମଚାରୀ ନେତା ଶ୍ରୀ ପ୍ରକାଶ ରାୟ, ଶ୍ରୀ ଅଜୟ ମହାନ୍ତି, ଶ୍ରୀ ତ୍ରିନାଥ ସାହୁ, କେନ୍ଦ୍ର ସରକାରୀ କର୍ମଚାରୀ ନେତା ଶ୍ରୀ ବୃହସ୍ପତି ସାମଲ, ଆଦିବାସୀ ମହାସଭା ନେତା ଶ୍ରୀ ଚାମ୍ବୁର ସୋରେନ, ସିଟୁ ନେତା ଶ୍ରୀ ପ୍ରଭାତ ପାଣିଗ୍ରାହୀ ଏବଂ ବାଣୀବିହାର SFI ନେତା ଶ୍ରୀ ଶୁଭ୍ରାଂଶୁ ଉଦ୍ଗାତା l ଭୁବନେଶ୍ୱର ସହର ର ବିଭିନ୍ନ ୟୁନିୟନ ଆସୋସିଏସନ ରୁ ଶତାଧିକ ଶ୍ରମିକ କର୍ମଚାରୀ, ଫିଲ୍ମ ଆର୍ଟିଷ୍ଟ, ସାମ୍ବାଦିକ, ଛାତ୍ର ଛାତ୍ରୀ ଓ ମହିଳା ଯୋଗଦେଇଥିଲେ  l

Leave A Reply

Your email address will not be published.