ଭାରତୀୟ ହକି ‌ଦଳରେ ସ୍ଥାନ ପାଇଲେ ଓଡ଼ିଶାରୁ କେବଳ ଅମିତ ରୋହିଦାସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତୀୟ ହକି ‌ଦଳରେ ସ୍ଥାନ ପାଇଲେ ଓଡ଼ିଶାରୁ କେବଳ ଅମିତ ରୋହିଦାସ। ଆସନ୍ତା ମାସରେ ଚେନ୍ନାଇରେ ହେବାକୁଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ଲାଗି ସୋମବାର ଭାରତୀୟ ହକି ଦଳ ଘୋଷିତ ହୋଇଛି। ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ଆସନ୍ତା ମାସ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ଭାରତ ସହ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନ୍‌ ଅଂଶଗ୍ରହଣ କରୁଛନ୍ତି। ଏସୀୟ କ୍ରୀଡ଼ା ପୂର୍ବ ପ୍ରସ୍ତୁତି ସ୍ବରୂପ ଏହି ପ୍ରତ‌ିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ଭାର ପୂର୍ବ ପରି ହର୍ମନପ୍ରୀତ ସିଂହଙ୍କ କାନ୍ଧରେ ରହିଛି। ମିଡ୍‌ଫିଲ୍ଡର ହାର୍ଦିକ ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି।

ସଂପ୍ରତି ସ୍ପେନ୍‌ ଗସ୍ତରେ ଥିବା ଭାରତୀୟ ଦଳର ୫ ଜଣ ଫରୱାର୍ଡ ଲଳିତ ଉପାଧ୍ୟୟ, ଅଭିଷେକ, ପବନ, ଦିଲପ୍ରୀତ ସିଂହ ଓ ସିମ୍ରନଜିତ ସିଂହଙ୍କୁ ଏହି ଦଳରେ ସ୍ଥାନ ମିଳିନି। ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ, କିଷନ ବାହାଦୁର ପାଠକ (ଗୋଲି), ଜର୍ମନପ୍ରୀତ ସିଂହ, ସୁମିତ, ଯୁଗରାଜ ସିଂହ, ହର୍ମନପ୍ରୀତ ସିଂହ, ବରୁଣ କୁମାର, ଅମିତ ରୋହିଦାସ (ଡିଫେଣ୍ଡର), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ସାମଶେର ସିଂହ (ମିଡ୍‌ଫିଲ୍ଡର), ଆକାଶଦୀପ ସିଂହ, ମନଦୀପ ସିଂହ, ଗୁରଜାନ୍ତ ସିଂହ, ସୁଖଜିତ ସିଂହ, ଏସ୍‌ କାର୍ତ୍ତି (ଫରୱାର୍ଡ)।

Leave A Reply

Your email address will not be published.