ମାଲକାନଗିରିରେ ବର୍ଷା ବିତ୍ପାତ: ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ, ଭାସି ଜଣଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମାଲକାନଗିରିରେ ଜାରି ରହିଛି ବର୍ଷା ବିତ୍ପାତ। ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ଘଟିଛି। ମୃତକ ହେଲେ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ। ଗତକାଲି ଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ ଘେନୁ। ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି। ପୁଣି ପାଣିରେ ବୁଡ଼ିଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଏହାଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି। ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ।

୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି | ଯାହାଫଳରେ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

Leave A Reply

Your email address will not be published.