ଫେବ୍ରୁଆରୀ ୨୦ରୁ ମାଟ୍ରିକ୍ ପରୀକ୍ଷା

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୨୪ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୪ ତାରିଖ ଯାଏଁ ପରୀକ୍ଷା ଚାଲିବ । ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ। ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ। ତେବେ ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବା। ଏହା ଅତିକମ୍‌ରେ ତାହା ୧୨ ଦିନ ଚାଲିବ। ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ଚଳିତ ଥର ପୁରୁଣା ଢାଞ୍ଚାରେ ପରୀକ୍ଷା କରାଯିବ । ସେଥିପାଇଁ ବୋର୍ଡ ଯଥେଷ୍ଟ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏହାଦ୍ୱାରା ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ଅଧିକ ସମୟ ମିଳିବ ।

Leave A Reply

Your email address will not be published.