ଓଡ଼ିଆ ନ୍ୟୁଜ(ବ୍ୟୁରୋ): OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ । ମୁଖ୍ୟ ଅଭିଯୁକ୍ତ ସହ ୭ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ । ପୂର୍ବରୁ ଦୀଘାରୁ ୯ଜଣଙ୍କୁ ଗିରଫ କରାଯାଇଥିଲା। ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତକୁ ଗିରଫ ପାଇଁ ବାହାର ରାଜ୍ୟକୁ ଯାଇଥିଲା ବାଲେଶ୍ୱର ପୋଲିସର ୨ଟି ଟିମ୍ । ତେବେ ଅପରାହ୍ନ ୪ଟାରେ ପ୍ରେସମିଟ୍ କରି ସବିଶେଷ ତଥ୍ୟ ରଖିବେ ବାଲେଶ୍ବର ଏସ୍ପି ।
କିଛି ଦିନ ତଳେ OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା । ଆଉ ଏବେ ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କୁ ଲୁଚିଥିବା ବେଳେ ତଦନ୍ତକାରୀ ଟିମ୍ ଏସଂପର୍କରେ ସୂଚନା ପାଇଥିଲା ।