ବସରେ ପ୍ରଥମ ମହିଳା ଯାତ୍ରୀଙ୍କୁ ବାରଣ ଘଟଣା: ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ମହିଳା ଆୟୋଗ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବସରେ ପ୍ରଥମ ମହିଳା ଯାତ୍ରୀ ବାରଣକୁ ନେଇ ରାଜ୍ୟ ମହିଳା ଆୟୋଗଙ୍କ ଅସନ୍ତୋଷ ପ୍ରକାଶ ।  ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଉଛି । ଏନେଇ ବିଭିନ୍ନ ଧାରଣା ଥିଲେ ହେଁ ମୁଖ୍ୟତ ମହିଳାଙ୍କ ଋତୁ ସ୍ରାବ ନେଇ ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଇଥାଏ। ଯାହାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ।

ଉଭୟ ସରକାରୀ ଓ ଘରୋଇ ବସରେ ମହିଳମାନେ କିପରି ପ୍ରଥମ ଯାତ୍ରୀ ଭାବେ ସୁରକ୍ଷିତ ପ୍ରବେଶ କରିବେ, ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ତାଙ୍କୁ ସୂଚନା ପ୍ରଦାନ ପାଇଁ ରାଜ୍ୟ ପରିବହନ ନିଗମ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡାଙ୍କ ଅଭିଯୋଗ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଆଜି ବି ବସଷ୍ଟାଣ୍ଡମାନଙ୍କ ଏପରି ପରମ୍ପରା ରହିଛି । ବସରେ ଏପରି ଅନ୍ଧବିଶ୍ୱାସକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.