ଜାପାନ ଓପନ୍ ସେମିରେ ଲକ୍ଷ୍ୟ ସେନ୍‌

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜାପାନ ଓପନ୍ ସେମିରେ ଭାରତୀୟ ସଟଲର୍‌ ଲକ୍ଷ୍ୟ ସେନ୍‌। ଜାପାନ ଓପନ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରୁିଛନ୍ତି। ବିଶ୍ବର ୧୩ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ସେନ୍‌ ୨୧-୧୫, ୨୧-୧୯ରେ ୩୩ ନମ୍ବର ସ୍ଥାନୀୟ ଖେଳାଳି କୋକି ୱାତାନାବଙ୍କୁ ପରାସ୍ତ କରିଥିଲେ। କାନାଡ଼ା‌ ଓ ଆମେରିକା ପରେ ସେନ୍‌ କ୍ରମାଗତ ଦ୍ବିତୀୟ ପ୍ରମୁଖ ପ୍ରତିଯୋଗିତାର ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍ ସେମିଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ଖେଳାଳି ୟୋନାଥନ କ୍ରିଷ୍ଟିଙ୍କୁ ଭେଟିବେ।

ଏଥି ସହିତ ଲକ୍ଷ୍ୟ ଏକମାତ୍ର ଭାରତୀୟ ଭାବେ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। କାରଣ ଏଚ୍‌ ଏସ ପ୍ରଣୟଙ୍କ ସହ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍‌ରେ ଶେଷ ହୋଇଯାଇଛି। ବିଶ୍ବର ୧୦ ନମ୍ବର ପ୍ରଣୟଙ୍କୁ ୨୧-୧୯, ୧୮-୨୧, ୮-୨୧ରେ ବିଶ୍ବର ଏକ ନମ୍ବର ଡେନମାର୍କର ଭିକ୍ଟର ଆକ୍ସେଲସେନ ହରାଇଥିଲେ। ସାତ୍ବିକ-ଚିରାଗ ୧୫-୨୧, ୨୫-୨୩, ୧୬-୨୧ରେ ଅଲିମ୍ପିକ୍ ବିଜେତା ଚାଇନିଜ ତାଇପେ ଯୋଡ଼ି ଲି ୟାଙ୍ଗ-ୱାଙ୍ଗ ଚି-ଲାନ୍‌ଙ୍କଠାରୁ ହାରିଯାଇଛନ୍ତି।

Leave A Reply

Your email address will not be published.