ଶିମିଳିପାଳ ଅଞ୍ଚଳରୁ ୯ଟି ଦେଶୀ ବନ୍ଧୁକ ଜବତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରୁ ଆଜି ଜବତ ହୋଇଛି ୯ ବନ୍ଧୁକ। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଗାଁରେ ପୁଲିସ୍‌ ଚଢ଼ଉ କରି ଶିକାର ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ୯ ବନ୍ଧୁକ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି ବି.ଗଙ୍ଗାଧର। ଏସ୍‌ପିଙ୍କ ନିର୍ଦ୍ଦେଶରେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଶିମିଳିପାଳ ପାଦଦେଶର ଗାଁ ଗୁଡ଼ିକରେ ଚଢଉ କରିଥିଲା। ଗାଁ ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍‌ ଜଙ୍ଗଲରେ ଖାନତଲାସୀ ଅଭଯାନ ଚଳାଇଥିଲା। ସେହି ସମୟରେ ଜଙ୍ଗଲରେ ପରିତ୍ୟକ୍ତ ସ୍ଥାନରେ ଲୁଚା ଯାଇଥିବା ୯ଟି ବନ୍ଧୁକ ଜବତ କରିଥିଲା ପୁଲିସ୍‌। ସେଥିରେ ୮ଟି ଦେଶୀବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି ୩୧ ତାରିଖ ସୁଦ୍ଧା ବନ୍ଧୁକ ସମର୍ପଣ ପାଇଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ୧୨ଟି ଥାନା ଅଞ୍ଚଳର ଲୋକଙ୍କୁ ଆହ୍ୱାନ କରାଯାଇଥିଲା।

ବନ୍ଧୁକ ଥାନାରେ ସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପୁଲିସ ପକ୍ଷରୁ ବ୍ୟାପକ ଭାବେ ପ୍ରଚାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବାରିପଦା ସଦର ଥାନା ଅଧୀନରେ ଜଣେ ବ୍ୟକ୍ତି ବନ୍ଧୁକ ସମର୍ପଣ କରିଛନ୍ତି। ସେପଟେ ପୁଲିସ୍‌ ଜୁନ ୧୮ତାରିଖରୁ ଆଜି ଯାଏ ୧୦ଟି ମାମଲା ରୁଜୁ କରିବା ସହିତ ୩୨ଟି ବନ୍ଧୁକ ଜବତ କରିଛି। ଏହି ମାମଲାରେ ପୁଲିସ୍‌ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.