ଦିଲ୍ଲୀରେ ତାଜିଆ ଶୋଭାଯାତ୍ରାବେଳେ ପୁଲିସ ଉପରକୁ ପଥରମାଡ଼

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିଲ୍ଲୀରେ ତାଜିଆ ଶୋଭାଯାତ୍ରାବେଳେ ପୁଲିସ ଉପରକୁ ପଥରମାଡ଼। ଶନିବାର ଦିନ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ମହରମ ଶୋଭାଯାତ୍ରା ବେଳେ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା । ଏହାର ଜବାବରେ ପୁଲିସ ଲାଠିଚଳନା କରି ସେମାନଙ୍କୁ ଘଉଡ଼େଇ ଦେଇଥିଲା । ମହରମ ଅବସରରେ ତାଜିଆ ବାହାର କରିବା ସମୟରେ ଶୋଭାଯାତ୍ରାରେ ସାମିଲ କିଛି ଲୋକ ଏହି ପଥରମାଡ଼ କରିଥିଲେ । ଶୋଭାଯାତ୍ରାରେ ଯାଉଥିବା ଲୋକମାନେ ତାଜିଆ ଶୋଭାଯାତ୍ରାକୁ ସୁରଜମାଲ ଷ୍ଟାଡିୟମ ଭିତରକୁ ନେବାକୁ ଚାହୁଁଥିଲେ, କିନ୍ତୁ ଷ୍ଟାଡିୟମର ଗେଟ୍ ବନ୍ଦ ଥିଲା। ଏହି କାରଣରୁ ପୁଲିସ ଶୋଭାଯାତ୍ରାରେ ସାମିଲ ଥିବା ଲୋକଙ୍କୁ ଭିତରକୁ ଯିବାକୁ ମନା କରିଥିଲା । ଏହାକୁ ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକେ ଉତ୍ତ୍ୟକ୍ତ ହୋଇ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା । ତେବେ ଏବେ ପରିସ୍ଥିତି ସ୍ୱାଭାବିକ ରହିଛି ଓ  ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯାଇଛି ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ବିହାରର ବିଭିନ୍ନ ଜିଲ୍ଲାରେ ତାଜିଆ ଶୋଭାଯାତ୍ରା ସମୟରେ ହିଂସା କାଣ୍ଡ ଓ ପଥରମାଡ଼ ଘଟଣା ସାମ୍ନାକୁ ଆସିଛି । ଅରଓ୍ଵାଲରେ ତାଜିଆ ଶୋଭାଯାତ୍ରାରେ ସାମିଲ ଥିବା ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

Leave A Reply

Your email address will not be published.