ଆନନ୍ଦପୁରରେ ବାଇକ୍‌, ଫାଇନ୍‌ କଟିଲା ବୌଦ୍ଧରେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଅଜବ ଆମ ଆରଚିଓଙ୍କ ଫାଇନ ବ୍ୟବସ୍ଥା। ଆନନ୍ଦପୁରରେ ବାଇକ୍‌, ଫାଇନ୍‌ କଟିଲା ବୌଦ୍ଧରେ ।  ଗାଡି ଫାଇନ୍‌ କୁ ନେଇ ବୌଦ୍ଧ SDJM କୋର୍ଟରେ ହାଜର ପାଇଁ ନୋଟିସ୍‌ ଆସିବାପରେ ଚିନ୍ତାରେ ପଡିଛନ୍ତି ଆନନ୍ଦପୁର ଟୋଲଙ୍କପଡାର ବାଇକ୍‌ ମାଲିକ ଦୁର୍ଯ୍ୟୋଧନ ଜେନା । ଦୁର୍ଯ୍ୟୋଧନଙ୍କ ବୁଲେଟ୍‌ OD34H6910 ନାଁ ରେ ବୌଦ୍ଧ ଥାନା ଅଞ୍ଚଳରେ ୨୦୨୨ ମସିହା ସେପ୍ଟେମ୍ବର ୨ତାରିଖରେ ପୋଲିସ୍‌ ପକ୍ଷରୁ ୧୦ହଜାର ଟଙ୍କାର ଫାଇନ୍‌ ହୋଇଛି । ଏନେଇ ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଛି। ହେଲେ ଦୁର୍ଯେ୍ଯାଧନ ଙ୍କ କହିବା ଅନୁଯାୟୀ, ସେ ନିଜ ବୁଲେଟ୍‌ ନେଇ କେବେବି ଆନନ୍ଦପୁର ବାହାରକୁ ଯାଇ ନାହାଁନ୍ତି।

ତେବେ ଫାଇନ୍‌ ହୋଇଥିବା ନିଜର ଗାଡିଟି ବୁଲେଟ୍‌ ହୋଇଥିବାବେଳେ ଫାଇନ୍‌ ଚାଲାଣରେ ଥିବା ଫଟୋ ବୁଲେଟ୍‌ ନୁହଁ ବରଂ ଅନ୍ୟ କଉ ଗାଡିର ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଯ୍ୟୋଧନଙ୍କ ଗାଡି ନଂ ବ୍ୟବହାର କରି ବୌଦ୍ଧ ଅଞ୍ଚଳରେ କେହି ଅନ୍ୟ ଏକ ବାଇକ୍‌ ଚଳାଉଥିବା ସନ୍ଦେହ ହୋଇଛି |

Leave A Reply

Your email address will not be published.