ଟମାଟୋ ପାଇଁ ବନ୍ଧା ପଡ଼ିଲେ ନାବାଳକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଟମାଟୋ ପାଇଁ ବନ୍ଧା ପଡ଼ିଲେ ନାବାଳକ। ୨ ପିଲାଙ୍କୁ ଟମାଟୋ ଦୋକାନରେ ବସାଇ ଟମାଟୋ ନେଇ ଖସିଗଲେ ଜଣେ ଗ୍ରାହକ। ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ। ଜଣେ ବ୍ୟକ୍ତି ଟମାଟୋ କିଣିବାକୁ ଆସି ଦୁଇଟି ଭିନ୍ନ ଭିନ୍ନ ଦୋକାନୀଙ୍କ ସହ କଥାବାର୍ତ୍ତା କରିଥିଲେ। ତା’ସହ ସାଙ୍ଗରେ ଆଣିଥିବା ଦୁଇ ନାବାଳକଙ୍କୁ ବସାଇ ଟମାଟୋ କିଣିଥିଲେ। ପରେ ଗାଡ଼ିରେ ୨ କେଜି ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ଦୁଇ ଘଣ୍ଟା ବିତି ଯାଇଥିଲେ ବି ସେ ନଆସିବାରୁ ଟମାଟୋ ବ୍ୟବସାୟୀଙ୍କର ସନ୍ଦେହ ବଢ଼ିଥିଲା। ଏହାପରେ ସାଙ୍ଗରେ ଆସିଥିବା ୨ ପିଲାଙ୍କୁ ଧରି ପଚରାଉଚରା କରିଥିଲେ ବ୍ୟବସାୟୀ। ପଚରାଉଚରାରୁ ଜଣାପଡ଼ିଥିଲା, ଏକ ଫ୍ରିଜ୍ ଲୋଡିଂ ପାଇଁ ମଜୁରୀ ବାବଦକୁ ୩ଶହ ଟଙ୍କା ଦେବି କହି ଭୁବନେଶ୍ୱରରୁ ୨ ନାବାଳକଙ୍କୁ ସାଙ୍ଗରେ ଆଣିଥିଲେ।

ନାବାଳକ ମାନେ ସେହି ବ୍ୟକ୍ତିଙ୍କୁ ଜାଣିନଥିବା କିମ୍ବା ଚିହ୍ନିନଥିବା କହିଛନ୍ତି। ତେବେ କିଏ ସେହି ବ୍ୟକ୍ତି ? ଏଭଳି ଭାବେ ଟମାଟୋ ନେଇଯିବା ପଛର ବାସ୍ତବ କାରଣ କ’ଣ ? କାହିଁକି ଆଉ ସେ ଫେରିଲେନି ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ବ୍ୟବସାୟୀମାନେ ଥାନାରେ ଅଭିଯୋଗ କରିନଥିବା ପୁଲିସ ସ୍ପଷ୍ଟ କରିଛି।  ସେପଟେ ବନ୍ଧକ ରଖିଥିବା ନାବାଳକଙ୍କୁ ବ୍ୟବସାୟୀମାନେ ଛାଡ଼ିଛନ୍ତି ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି। ୨ କିଲୋ ଟମାଟୋର ଦାମ୍‌ ପ୍ରାୟ ୨୬୦ ଟଙ୍କା ହୋଇଥିବା ବେଳେ ମାତ୍ର କେଇଟା ଟଙ୍କା ପାଇଁ ୨ ଜଣ ନାବାଳକଙ୍କୁ ବନ୍ଧକ ରଖାଯାଇଥିଲା।

Leave A Reply

Your email address will not be published.