‘ମନ୍‌ କୀ ବାତ୍‌’ରେ ଆମେରିକାକୁ ନେଇ ଏପରି କହିଲେ ମୋଦି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ‘ମନ୍‌ କୀ ବାତ୍‌’ର ୧୦୩ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,   ଆମେରିକା ଭାରତକୁ ଶତାଧିକ ଦୁଷ୍ପ୍ରାପ୍ୟ ଓ ପ୍ରାଚୀନ କଳାକୃତି/ସାମଗ୍ରୀ ଭାରତକୁ ଫେରାଇ ଦେଇଥିବା କଥା ଆଜି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଏହି ସବୁ ମୂଲ୍ୟବାନ ଐତିହ୍ୟ ଫେରସ୍ତ କରି ଥିବାରୁ ମୁଁ ଆମେରିକା ସରକାରଙ୍କ ନିକଟରେ କୃତଜ୍ଞ। ମୁଁ ୨୦୧୬ ଓ ୨୦୨୧ରେ ଆମେରିକା ଗସ୍ତ କରିଥିବା ବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରସ୍ତ ମିଳିଥିଲା। ସେହିପରି, ଦେଶରେ ଚାଲିଥିବା ଡ୍ରଗ୍‌ ଅପବ୍ୟବହାର ସଂକ୍ରାନ୍ତରେ ବି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ୧୨,୦୦୦ କୋଟିରୁ ଟଙ୍କାରୁ  ଊର୍ଦ୍ଧ୍ବ ମୂଲ୍ୟର ପ୍ରାୟ ୧୦ ଲକ୍ଷ କିଲୋଗ୍ରାମ୍‌ ଓଜନର ଡ୍ରଗ୍‌ (ନିଶାଦ୍ରବ୍ୟ) ନଷ୍ଟ କରି ଭାରତ ରେକର୍ଡ ସୃଷ୍ଟି କରିଛି। ଡ୍ରଗ୍‌ ଅପବ୍ୟବହାର ବିରୋଧରେ ଏକଜୁଟ ହୋଇ ସଂଗ୍ରାମ ଚଳାଇଥିବା ଦେଶର ଯୁବବର୍ଗଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡ୍ରଗ୍‌-ବିରୋଧୀ ଅଭିଯାନରେ ବୃଦ୍ଧି ପାଉଥିବା ଯୁବା ଅଂଶଗ୍ରହଣ ଖୁବ୍‌ ଉତ୍ସାହପ୍ରଦ। ଜନସମୂହ ଭାଗିଦାରି ଓ ସଚେତନତା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ଦିନରେ ଉତ୍ତର ପ୍ରଦେଶରେ ରେକର୍ଡ ସଂଖ୍ୟକ ୩୦ କୋଟି ଚାରା ରୋପଣ କରାଯାଇଛି।ଦେଶ ପାଇଁ ଆତ୍ମବଳି ଦେଇଥିବା ଯବାନମାନଙ୍କ ସମ୍ମାନାର୍ଥେ ଦେଶରେ ‘ମେରି ମାଟି ମେରା ଦେଶ’ ଅଭିଯାନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅଭିଯାନରେ ‘ଅମୃତ କଳସ ଯାତ୍ରା’ ଶୋଭାଯାତ୍ରାରେ ନିଆଯିବ। ଦେଶର ବିଭିନ୍ନ ପ୍ରାନ୍ତରୁ ୭,୫୦୦ କଳସରେ ମାଟି ଓ ଚାରା ଦିଲ୍ଲୀରେ ପହଞ୍ଚିବ।  ‘ଜାତୀୟ ଯୁଦ୍ଧ ସ୍ମାରକୀ’ ନିକଟରେ ଏହି ମାଟିରେ ତିଆରି ହେବ ‘ଅମୃତ ବାଟିକା’ ଏବଂ ସେଥିରେ ଉକ୍ତ କଳସରେ ଆସିଥିବା ଚାରା ସବୁ ରୋପଣ କରାଯିବ ।

Leave A Reply

Your email address will not be published.