ପୁଣି ଓଡିଶା ଆସିବେ ରାଷ୍ଟ୍ରପତି !

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ମା’ଶାରଳା ହେଉଛନ୍ତି ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଜଗତସିଂହପୁରର ଇଷ୍ଟଦେବୀ । ମା’ଶାରଳା ପୀଠକୁ ପରିଦର୍ଶନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର ସମ୍ଭାବନା ରହିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମା’ଶାରଳାଙ୍କ ପଣ୍ଡା ସେବକଙ୍କ ପ୍ରତିନିଧି ପଣ୍ଡିତ ସୁଦାମ ଚରଣ ପଣ୍ଡା ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭେଟି ମା’ଶାରଳାଙ୍କ ବସ୍ତ୍ର ଓ ରୌପ୍ୟ ପ୍ରତିମାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ଏହା ସହିତ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବାଣୀକ୍ଷେତ୍ରରେ ପଦାର୍ପଣ କରି ମା’ଙ୍କ ଦର୍ଶନ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। ଏହାର ଉତ୍ତରରେ ରାଷ୍ଟ୍ରପତି କହିଥିଲେ ମା’ଶାରଳାଙ୍କ ଡାକରା ଆସିଲେ ସେ ନିଶ୍ଚିନ୍ତ ଯାଇ ମା’ଙ୍କ ଦର୍ଶନ କରିବେ । ଶାରଳା ମନ୍ଦିରର ସେବକମାନେ ଶାରଳା ମନ୍ଦିର ଗସ୍ତକୁ ନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ନାୟକଙ୍କୁ ଲିଖିତ ଅନୁରୋଧ ପତ୍ର ମଧ୍ୟ ଦେଇଥିଲେ ।

ତେବେ ଆସନ୍ତା ବର୍ଷ ଫବୃଆରୀ ମାସରେ ରାଷ୍ଟ୍ରପତି ଜଗତସିଂହପୁର ଜିଲ୍ଲା ଗସ୍ତକରି ମା’ଶାରଳାଙ୍କ ମନ୍ଦିର ପରିଦର୍ଶନରେ ଆସିପାରନ୍ତି ବୋଲି ସମ୍ଭାବନା ଦେଖା ଦେଇଛି । ପଣ୍ଡା ଓ ସେବକ କହଛନ୍ତି,”ରାଷ୍ଟ୍ରପତିଙ୍କୁ ଭେଟି ମା’ଙ୍କ ରୌପ୍ୟ ନିର୍ମିତ ମୃର୍ତ୍ତି ଓ ମା’ଙ୍କ ଅଙ୍ଗଲାଗି ବସ୍ତ୍ର ପ୍ରଦାନ କରିଛୁ । ଏହି ସମୟରେ ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହୋଇଥିଲେ । ମା’ ଡାକିଲେ, ନିଶ୍ଚିତ ଯାଇ ଦର୍ଶନ କରିବି ।” ମା’ଙ୍କ ବିଗ୍ରହକୁ ମୁଣ୍ଡରେ ଲଗାଇ ପ୍ରଣାମ କରିଥିଲେ ।

ତେବେ ମା’ଶାରଳା ମନ୍ଦିରକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପଥ ପରିଷ୍କାର ହେବାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଲାଣି । ଦୀର୍ଘଦିନ ହେବ ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ମନ୍ଦିରର ପ୍ରାଚୀର ଓ ବେଢ଼ାକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଠିକାଦାରଙ୍କ ମାନମାନି ଯୋଗୁଁ ଇଟଖଣ୍ଡେ ମଧ୍ୟ ଯୋଡ଼ା ହୋଇ ପାରିନାହିଁ । ଏହାକୁ ନେଇ ସେବକମାନଙ୍କଠାରୁ ଆରମ୍ଭ କରି ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.