ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ସାଂସଦମାନଙ୍କ ସହିତ ଏକ ବୈଠକ ବସିବ । ଏହି ବୈଠକରେ ଆଗାମୀ ନିର୍ବାଚନ ସଂପର୍କରେ ସାଂସଦମାନଙ୍କୁ ବିଜୟର ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନଡିଏ ସାଂସଦମାନଙ୍କର ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ରହିଛି ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି କରିବାକୁ ଜୁଲାଇ ୩୧ ରୁ ଅଗଷ୍ଟ ୧୦ ମଧ୍ୟରେ ବିଭିନ୍ନ ଗୋଷ୍ଠୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦମାନଙ୍କର ବୈଠକ ଯୋଜନା କରାଯାଇଛି। ଗୋଟିଏ ଦିନରେ ଦୁଇଟି ଗୋଷ୍ଠୀ ସଭା ଅନୁଷ୍ଠିତ ହେବ। ପ୍ରଥମ ବୈଠକ ରାତି ୬.୩୦ ରୁ ଉତ୍ତରପ୍ରଦେଶର ସାଂସଦମାନଙ୍କ ସହିତ ଆରମ୍ଭ ହେବ । ଦ୍ୱିତୀୟ ବୈଠକ ୭.୩୦ ରୁ ହେବ। ପଶ୍ଚିମ, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ସାଂସଦମାନଙ୍କ ସହ ଦିଲ୍ଲୀର ମହାରାଷ୍ଟ୍ର ସଦନରେ ସନ୍ଧ୍ୟା ୬.୩୦ ରେ ପ୍ରଥମ ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ନେତା ସଞ୍ଜୀବ ବାଲାନ ଏବଂ ବି.ଏଲ୍ ଭର୍ମା ଉପସ୍ଥିତ ରହିବେ। ଦ୍ୱିତୀୟ ବୈଠକରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ସାଂସଦମାନେ ଯୋଗଦେବେ ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଶାନ୍ତନୁ ଠାକୁର, ବିଜେପି ନେତା ବୈଜୟନ୍ତ ପଣ୍ଡା ଏବଂ ଦିଲୀପ ଘୋଷ ଇତ୍ୟାଦି ଉପସ୍ଥିତ ରହିବେ।
୨୦୨୪ ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦ ମାସ ବାକି ଅଛି। ଏହା ପୂର୍ବରୁ ବିଧାନସଭା ନିର୍ବାଚନ ମଧ୍ୟ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ । ସେଥିପାଇଁ ଏହି ସଭାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।