ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ୍ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି। ସ୍ପଷ୍ଟ ଆଡମିଶନର ଶେଷ ତାରିଖ ଜୁଲାଇ ୩୧ତାରିଖ ଥିବାବେଳେ ଏହାକୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଜୁନିୟର କଲେଜ ପ୍ରିନ୍ସିପାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କେତେକ ଭାଗରେ ଖରାପ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ ତାରିଖକୁ ଅଗଷ୍ଟ ୩ତାରିଖ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେଣୁ ସ୍ପଷ୍ଟ ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୩୧ତାରିଖ ପରିବର୍ତ୍ତେ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି ।