ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମା ଉଗ୍ରତାରା ମନ୍ଦୀର ଚୋରିର ପର୍ଦ୍ଦାଫାର୍ସ କଲା ଟାଙ୍ଗି ପୋଲିସ । ଗତ ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ପ୍ରସିଦ୍ଧ ମା ଉଗ୍ରତାରା ମନ୍ଦିରରୁ ମା ଙ୍କ ଗହଣା ଲୁଟର ପର୍ଦ୍ଦାଫାର୍ସ କଲା ଟାଙ୍ଗି ପୋଲିସ । ଲୁଟ ଅଭିଯୋଗରେ ୨ଜଣଙ୍କୁ ଗିରଫ ସହ ମା ଙ୍କ ଗହଣା ଜବତ୍ କରିଛି। ଓଡିଶାର ପ୍ରତିଷ୍ଠିତ ତନ୍ତ୍ର ପୀଠ ମା ଉଗ୍ରତାରା ଦେବୀଙ୍କ ମନ୍ଦିରର ଗ୍ରିଲ୍ ଭାଙ୍ଗି ଗତ ଶନିବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ମାଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ ଚାଂଚଲ୍ୟ ସୃଷ୍ଟି କରିଥିଲା ।
ଆଜି ସନ୍ଧ୍ୟରେ ଏକ ପ୍ରେସ ମିଟ୍ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଗଣମାଧ୍ୟମକୁ ସୁଚନା ଦେଉ କେହିଛନ୍ତି ଯେ ଏହି ଲୁଟକୁ ଗୁରୁତର ସହ ନେଇ ବାଲୁଗାଁ ଏସଡିପିଓ ଇଂନଚାର୍ଜ ମିନାକ୍ଷୀ ଠାକୁରଙ୍କ ନେତୃତ୍ବରେ ୩ଟିମ୍ ଗଠନ କରାଯାଇ ଟାଙ୍ଗି ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା। ଏହା ପରେ ଲୁଟେରାମାନେ ମାଙ୍କ ଗହଣାକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।
ପୋଲିସ ଜଙ୍ଗଲରୁ ଗହଣା ଜବତ୍ କରିବା ସହ ସେମାନଙ୍କ ଠାରୁ ଏକ ମଟର ସାଇକେଲ ମଧ୍ୟ ଜବତ କରି ଉଭାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଇ ଅଭିଯକ୍ତ ହେଲେ ନିରାକାରପୁର ଅଞ୍ଚଳ ର ନିତେଇ ଓରଫ ବାଇଧର ପ୍ରଧାନ ଓ ଛବି ଓରଫ ସୁକାନ୍ତ ପ୍ରଧାନ । ସେମାନଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି । ସେମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ଅନେକ ଚୋରୀ ମାମଲା ସହ ଟ୍ରେନ୍ ରେ ମୋବାଇଲ ଚୋରୀ ମାମଲା ରହିଛି।