ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ସରିଲା।ଏଥିରେ ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବା, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିଶ ହୋଇଛି। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଲେ ଯେ ପିଜି, ଡିଗ୍ରୀ, ବିଶ୍ଵବିଦ୍ୟାଳୟର ଭିତିଭୂମି ଓ ଅଧ୍ୟାପକ କର୍ମଚାରୀ ପଦ ଖାଲି ନେଇ ଆଲୋଚନା ହୋଇଛି।ଆମ ବିଭାଗର ପଦକ୍ଷେପ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଷ୍ଟାଣ୍ଡିଙ୍ଗ କମିଟିକୁ ଜଣାଇଲୁ। ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସୂଚନା, ଅଧ୍ୟାପକ ପଦ ପୂରଣ ପାଇଁ ପ୍ରସ୍ତାବ ଦେଲୁ. ଡିଗ୍ରୀ କଲେଜରେ ପିଜି କୋର୍ସ ଖୋଲିବା ସହ ସୁବିଧା ଓ ଅସୁବିଧା ସମ୍ପର୍କରେ ମତ ରଖିଲୁ. NAAC ରେ ଭଲ ସ୍କୋର କରିବା ପାଇଁ ରିସର୍ଚ୍ଚ ପାଞ୍ଚ ବର୍ଷ ଯାଏ ଭଲ ପ୍ରକାଶନ ହେବ ଓ ଭିତିଭୂମି ଭଲ ରହିବା ଦରକାର। ସାତ କ୍ରାଇଟେରିଆ ଅଛି,ସବୁ କ୍ରାଇଟେରିଆ ଗୁରୁତ୍ୱପୂର୍ଣ୍ଣ।
ଫକିର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସୂଚନା, ନୂଆ ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଛୁ। ନୂଆ କୋର୍ସ ପାଇଁ ବି ଅନୁରୋଧ କରିଛୁ। ବାଲେଶ୍ୱରରେ ପରିବେଶ ନେଇ ବହୁ ସମସ୍ୟା ଆସୁଛି। ତେଣୁ atmospheric science ଖୋଲିବାକୁ ପ୍ରସ୍ତାବ ଦେଇଛୁ। ସ୍ଥାନୀୟ ପରିପ୍ରେକ୍ଷୀରେ ଯେଉଁ ବିଷୟର ଆବଶ୍ୟକତା ରହିଛି, ସେହି ଅନୁସାରେ ନୂଆ କୋର୍ସ ଖୋଲିବାକୁ ଅନୁରୋଧ କରିଛୁ। ଯେଉଁ ବିଶ୍ଵବିଦ୍ୟାଳୟରେ ଯାହା ସ୍ଥାନୀୟ ଆବଶ୍ୟକତା ରହିଛି, ତାକୁ ଦେଖି କମିଟି ନୂଆ କୋର୍ସ ପାଇଁ ରାଜି ହୋଇଛି। ଫକିର ମୋହନ ବିଶ୍ୱବିଦ୍ୟାଳୟରେ 47 ଅଧ୍ୟାପକ ଓ 37 ଅଣଶିକ୍ଷକ ପଦ ଖାଲି ଅଛି।
ଆଜି ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଲପତି କି କୌଣସି ପ୍ରତିନିଧି ଯୋଗ ଦେଇ ନଥିଲେ. ଉଚ୍ଚଶିକ୍ଷା ସଚିବ ଏହାର serious note ନେଇଛନ୍ତି. ଷ୍ଟାଣ୍ଡିଙ୍ଗ କମିଟି ବି ଏହା note କରିଛି। ସେମାନଙ୍କ ବିଷୟରେ ଉଚ୍ଚଶିକ୍ଷା ବିଭାଗ ବୁଝିବ। ରେଭେନ୍ସା ଓ କଳାହାଣ୍ଡି କୁଳପତି ଜଣାଇଥିଲେ ଆସି ପାରିବେ ନାହିଁ ବୋଲି, ହେଲେ ସେମାନଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରତିନିଧି ଭାବେ ଆସିଥିଲେ।