ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାନାଡା ପ୍ରଧାନମନ୍ତ୍ରୀଙ୍କ ବୈବାହିକ ଜୀବନକୁ ନେଇ ଆସିଛି ଏକ ବଡ଼ ଖବର । ୧୮ ବର୍ଷର ବୈବାହିକ ଜୀବନର ଅବସାନ ଘଟାଇ ପରସ୍ପରଠାରୁ ପୃଥକ୍ ହେବେ ବୋଲି ବୁଧବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଓ ତାଙ୍କ ସ୍ତ୍ରୀ ସୋଫି ଗ୍ରେଗୋଆର୍ ଟ୍ରୁଡୁ ଘୋଷଣା କରିଛନ୍ତି। ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରାଯାଇଥିବା ବିବୃତିରେ ଦୁହେଁ କହିଛନ୍ତି, ଅନେକ ଗୁରୁତ୍ବପୂର୍ଣ୍ଣ ଓ ଅସୁବିଧାଜନକ ଆଲୋଚନା ପରେ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଦୁହେଁ ଆଇନଗତ ପୃଥକ୍-ରାଜିନାମାରେ ସ୍ବାକ୍ଷର କରିଛନ୍ତି। ୨୦୦୫ରେ ଦୁହିଁଙ୍କର ବିବାହ ହୋଇଥିଲା। ୨୦୦୩ରେ ଗ୍ରେଗୋଆର୍ ଟେଲିଭିଜନ୍ ଉପସ୍ଥାପିକା ଭାବେ କାର୍ୟ୍ୟ କରୁଥିବା ବେଳେ ଦୁହିଁଙ୍କର ‘ଡେଟିଙ୍ଗ୍’ ଆରମ୍ଭ ହୋଇଥିଲା।