ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୧୯ ଦିନର ଆନ୍ଦୋଳନ ପରେ ଖୋଲିଲା ୟୁନିଟ୍- ୨ ମାର୍କଟ ବିଲ୍ଡିଂ। ମାର୍କେଟ ବିଲ୍ଡିଂ ଭିତରେ ରହିଥିବା ସମସ୍ତ ରେଡିମେଡ୍ ଦୋକାନ ଖୋଲିସାରିଥିବା ବେଳେ ସୋରୁମ ଗୁଡିକ କିନ୍ତୁ ଏପର୍ଯ୍ୟନ୍ତ ବନ୍ଦ ରହିଛି । କାରଣ ବିଏମସି ତରଫରୁ ଏପର୍ଯ୍ୟନ୍ତ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନକୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନାହିଁ ।
ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ଏକ ୬ଜଣିଆ ପ୍ରତିନିଧି ଦଳ ଏବେ ବିଏମସି କମିଶନରଙ୍କ ସହ ବିଏମସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ।ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦକୁ ନେଇ ୧୯ଦିନ ହେବ ୟୁନିଟ୍- ୨ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା ଦୀର୍ଘ ଦିନ ପରେ ଦୋକାନଗୁଡିକ ଖୋଲିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ଖୁସୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧାସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏନ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।