ଓଡିଆ ନ୍ୟୁଜ (ବ୍ୟୁରୋ) : ହୀରକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଦି ଯୋଗୁଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍। ପୂର୍ବରୁ ୨ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ୍ ଖୋଲିବା ପରେ ୭ଟି ଗ୍ୟାଟ୍ ଦେଇ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମରେ ଆଜି ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା।
ଏହାସହ ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଏଥିପାଇଁ ଗେଟ୍ ଖୋଲିବା ପାଇଁ ଜଳ ସଂପଦ ବିଭାଗ ଏପରି ନିଷ୍ପତ୍ତି ନେଇଛି।ଅନ୍ୟପକ୍ଷରେ କଟକ ମୁଣ୍ଡଳୀରେ ଜଳସ୍ତର କମୁଛି। ଏଥିପାଇଁ ହୀରାକୁଦ ଡ୍ୟାମରେ ୫ଟି ଗେଟ୍ ଖୋଲିଲେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପାଣି ପ୍ରବେଶ କରୁଥିବାରୁ ଆହୁରି ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯଦି ଆହୁରି ୫ଟି ଗେଟ୍ ଖୋଲିବ, ସେହି ସମୟରେ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ। ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପାଣି ପ୍ରବେଶ କରୁଥିବାରୁ ଆହୁରି ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯଦି ଆହୁରି ୫ଟି ଗେଟ୍ ଖୋଲିବ, ସେହି ସମୟରେ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ।
ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍ଣ ୩ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍ରେ ପହଞ୍ଚିଛି। ଜଳଭଣ୍ଡାରର ବାମ ପାର୍ଶ୍ବର ୪ଟି ଏବଂ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ୪,୯୨,୯୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧, ୫୬,୬୭୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ପାୱାର ଚାନେଲ ଦେଇ ୩୧,୭୯୬ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୧,୭୩୫ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାମାନଙ୍କୁ ଦିଆଯାଉଛି। ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲିବା ପରେ ବନ୍ୟାଜଳ ପ୍ରାୟ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ। ଏନେଇ ଜଳସଂପଦ ବିଭାଗ ସ୍ଥିତି ଉପରେ ନଜର ରଖିଛି। ଏହାସହ ଯେଉଁ ସ୍ଥାନରେ ସବୁ ଘାଇ ସୃଷ୍ଟି ହୋଇଛି ତାଦ ଉପରେ ନଜର ରଖାଯାଇଛି।