ପରଲୋକରେ ବରିଷ୍ଠ ସାହିତ୍ୟିକ ଏବଂ ସାମ୍ବାଦିକ କୁମାର ହସନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପରଲୋକରେ ବରିଷ୍ଠ ସାହିତ୍ୟିକ ଏବଂ ସାମ୍ବାଦିକ କୁମାର ହସନ। ବ୍ରେନ ଟ୍ୟୁମର ଶୀକାର ହୋଇ ଗତ କିଛିଦିନ ଧରି ହସ୍ପିଟାଲରେ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟ‌ୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ଶ୍ରୀ ହସନ ଏବେକାର ଝାରସୁଗୁଡ଼ା ଜିଲ୍ଲା ବିଚ୍ଛେଦଗଡ଼ଠାରେ ୧୯୬୦ ମସିହା ଫେବ୍ରୁଆରି ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷ‌ାର ଜଣେ ଜଣାଶୁଣା ସାହିତ୍ୟିକ ଥିଲେ। ସେ ଜୀବନକାଳ ମଧ୍ୟରେ ୬୦ରୁ ଅଧିକ ପୁସ୍ତକ ରଚନା କରିଥିଲେ। ତାଙ୍କ ପୁସ୍ତକଗୁଡ଼ିକ ବିଭିନ୍ନ ଭାରତୀୟ ତଥା ଇଂରାଜି, ଚୀନୀ, ଋଷୀୟ ଓ ଫରାସୀ ଭାଷାରେ ଅନୁଦିତ ହୋଇଛି।  ସାମ୍ବାଦିକ ଭାବେ କୁମାର ହସନ ଦୈନିକ ‘ସମାଜ’ରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ।

Leave A Reply

Your email address will not be published.