ବିକାଶର ନୂଆ ଫର୍ଦ୍ଦ, ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡିବ ବିମାନ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟର ବିକାଶରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେବାକୁ ଯାଉଛି । ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଡିଜିସିଆଇ ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହାଦସହ ବିମାନ ଚଳାଚଳ ପାଇଁ ଡିଜିସିଆଇ ଲାଇସେନ୍ସ ପ୍ରଦାନ କରିଛନ୍ତି। ଡିଜିସିଆଇ ଲାଇସେନ୍ସ ପରେ ଟୁଇଟ୍ କରି ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖୁବଶୀଘ୍ର ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୬୨ରେ ସ୍ଥାପିତ ହୋଇଥିଲା କେବିକେ ଜିଲ୍ଲାର ଏହି ସର୍ବ ପୁରାତନ ଉତ୍କେଲା ଏୟାରଷ୍ଟ୍ରିପ୍। କଳାହାଣ୍ଡି କେସିଙ୍ଗା ବ୍ଳକ ଅନ୍ତର୍ଗତ ଉତ୍କେଲାରେ ରହିଛି ଏହି ଏୟାରଷ୍ଟ୍ରିପ। ଏହାର ରନୱେ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ୟ୍ୟାଳୟ ଭଳି ଅନ୍ୟାନ୍ୟ ଭିତ୍ତିଭୂମି କାମ ପ୍ରାୟ ସରିଯାଇଛି। ଏବେ କେବଳ ବିମାନ ଉଡ଼ାଣକୁ ଅପେକ୍ଷା ରହିଛି।

Leave A Reply

Your email address will not be published.